ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୧୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫, ୪୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

୧୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ଗଞ୍ଜାମରୁ ୩୦, ଜଗତସିଂହପୁରରୁ ୧୯, ମୟୂରଭଞ୍ଜ ୧୪, ବାଲେଶ୍ଵର ୧୩, ଢେଙ୍କାନାଳ ୯, ଖୋର୍ଦ୍ଧା ୮, କେନ୍ଦ୍ରାପଡ଼ା ୭, ରାୟଗଡ଼ା ଓ ଯାଜପୁରରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ ୪, କଟକ ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ, ନୟାଗଡ଼ରୁ ୨ ଜଣ ଓ ବରଗଡ଼, ପୁରୀ, ବଲାଙ୍ଗିର, କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟର ଓ ୧୭ ଜଣ ଲୋକାଲ କେସ୍‌ ବୋଲି ଜଣାପଡ଼ିଛି।

ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୭୦କୁ ବୃଦ୍ଧି ପାଇଥିବା ବେଳେ ୩, ୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧,୫୮୩ ଜଣ ଏବେ ସକ୍ରିୟ ରହିଛନ୍ତି।

Comment