ଓଡ଼ିଶାଲାଇଭ୍ ବ୍ୟୁରୋ

alu panee tikki-3

ସଂଧ୍ୟାବେଳ ଚା’ ସାଙ୍ଗକୁ କିଛି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଏହି ଲକଟାଉନ ସମୟରେ ଆପଣ ନିଜେ ଘରେ ପ୍ରସ୍ତୁତ କରିପାରିବେ ଟେଷ୍ଟି ସ୍ନାକ୍ସ। ଆଜି ଆମେ ଆପଣଙ୍କୁ କହିବୁ ଘରେ କିଭଳି ପ୍ରସ୍ତୁତ କରିବେ ଆଳୁ ପନୀର ଟିକ୍କି।

ଆବଶ୍ୟକୀୟ ସାମଗ୍ରୀ- ପନୀର ଦୁଇକପ୍, ସିଝା ଆଳୁ ଚାରିଟି,  ତେଲ ଦୁଇ ଚାମଚ, ଜିରା ଏକ ଚାମଚ, କଟାହୋଇଥିବା କଞ୍ଚା ଲଙ୍କା ଦୁଇ ଚାମଚ, କଟାହୋଇଥିବା କଞ୍ଚା ଅଦା ଦୁଇ ଚାମଚ, ଅଧା ଚାମଚ ହଳଦୀ, ଲଙ୍କା ଗୁଣ୍ଡ ଅଧା ଚାମଚ, ଧଣିଆ ପତ୍ର ଗୋଟିଏ ଚାମଚ, ଲୁଣ ସ୍ୱାଦନୁସାରେ

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ପନୀର ଏବଂ ସିଝା ଆଳୁକୁ ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ଗୋଟିଏ ପ୍ୟାନରେ ତେଲ ଗରମ କରି ସେଥିରେ ଜିରା, ଅଦା, ରସୁଣ, କଞ୍ଚା ଲଙ୍କା ପକାଇ ଦୁଇରୁ ତିନି ମିନିଟ୍ ଭାଜନ୍ତୁ।

-ଏହାପରେ ଆଳୁ ପନୀର ମିଶ୍ରଣକୁ ସେଥିରେ ପକାଇ ଦିଅନ୍ତୁ। ସେଥିରେ ଲଙ୍କା ପାଉଡର, ମ୍ୟାଗି ମସଲା ଏବଂ ଲୁଣ ପକାଇ ତିନିରୁ ଚାରି ମିନିଟ୍ ଭଲଭାବରେ ଭାଜନ୍ତୁ। ଏଥିରେ କଟା ଧଣିଆ ପତ୍ର ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ।

aloo-paneer-tikki-1

-ଗୋଟିଏ ପାତ୍ରରେ କର୍ଣ୍ଣଫ୍ଲୋରରେ ସାମାନ୍ୟ ପାଣି ମିଶାଇ ଗୋଳ ପ୍ରସ୍ତୁତ କରନ୍ତୁ। ଆଳୁ ପନୀର ମିଶ୍ରଣକୁ ହାତରେ ଛୋଟ ଛୋଟ ଗୋଲ୍ କରିବା ପରେ ଟିକ୍କିର ଆକାର ଦିଅନ୍ତୁ।

-ଏହି ଟିକ୍କିକୁ କର୍ଣ୍ଣଫ୍ଲୋର ପାଣିରେ ବୁଜଡ଼ାଇ ତାଓ୍ୱାରେ ସାମାନ୍ୟ ତେଲରେ ସାଲୋ ଫ୍ରାଏ କରନ୍ତୁ। ବ୍ରାଉନ କଲର ହୋଇଆସିଲେ ସେପଟ ଓଲଟାଇ ଦିଅନ୍ତୁ।

-ଏବେ ପ୍ରସ୍ତୁତ ହୋଇଯାଇଛି ଆଳୁ ପନୀର ଟିକ୍କି। ସସ୍ କିମ୍ବା ଚଟଣୀ ସହ ଏହାକୁ ଗରମ ଗରମ ସର୍ଭ କରନ୍ତୁ।

Comment