ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀରେ ଜଣେ ସେବାୟତଙ୍କ ନମୁନା ପଜିଟିଭ୍‌ ଚିହ୍ନଟ ହୋଇଛି। ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହି ସେବାୟତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାକୁନେଇ କଣ୍ଟାକ୍ଟ ଟ୍ରେସିଂ କରୁଛି ଜିଲ୍ଲା ପ୍ରଶାସନ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ୧୧୪୩ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ପୁରୀକୁ ସ୍ୱତନ୍ତ୍ର କିଟ୍‌ ପଠାଇଥିଲେ। ଏହି ୧୧୪୩ ଜଣଙ୍କ ଭିତରୁ ଜଣେ ସେବାୟତଙ୍କ ନମୁନା ପଜିଟିଭ୍‌ ବାହାରିଛି। ୧୧୪୨ ସେବାୟତଙ୍କ ନମୁନା ନେଗେଟିଭ୍‌ ଆସିଛି।

ରଥଯାତ୍ରାରେ ଯେଉଁ ସେବାୟତମାନେ ସାମିଲ ହେବେ ସେମାନଙ୍କର କରୋନା ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ କହିଥିଲେ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ ସେମାନଙ୍କୁ ହିଁ ଏଥିରେ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Comment