ଓଡ଼ିଶାଲାଇଭ୍‌ ବ୍ୟୁରୋ

ଐତିହାସିକ ସହର ବାରଣାସୀରେ କରୋନା ମହାମାରୀ ପାଇଁ ୨୦୦ ବର୍ଷର ପରମ୍ପରା ଭଙ୍ଗ ହୋଇଛି। ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଆଜି ବନ୍ଦ ରହିଛି। ଏହି ଯାତ୍ରା ଦେଖିବା ପାଇଁ ଲୋକମାନେ ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ଆସୁଥିଲେ, କିନ୍ତୁ ଆଜି ସେହି ରାସ୍ତାଟି ସମ୍ପୂର୍ଣ୍ଣ ଖାଲି ଅଛି। ଜଗନ୍ନାଥ ଏଥର ରଥରେ ବସି ଭ୍ରମଣ କରିପାରିନାହାନ୍ତି।

ଫଳରେ କାଶୀ ଲୋକଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖାଯାଇଛି। ୨୦୦ ବର୍ଷର ପରମ୍ପରା ଭାଙ୍ଗି ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ରଥରେ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଛି ଦୁଃଖୀ ହୋଇପଡ଼ିଛନ୍ତି ଭକ୍ତ।

ଜଗନ୍ନାଥ ମନ୍ଦିରର ପୁରୋହିତ ହରି ପ୍ରସାଦ ଉପାଧ୍ୟାୟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ନ ଦେବା ପରେ ରଥଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଟ୍ରଷ୍ଟ ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇଛି।

Comment