ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ। ଅନେକ ସମୟରେ ସେ ମୋଟିଭେସନାଲ୍ ଏବଂ ମଜାଳିଆ ପୋଷ୍ଟ ପ୍ରଶଂସକମାନଙ୍କ ସହିତ ସେୟାର କରନ୍ତି। ଯାହା ତାଙ୍କ ଫ୍ୟାନ୍ସମାନଙ୍କୁ ବେଶ୍‌ ପସନ୍ଦ ଆସେ। ଏବେ ଅମିତାଭ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ମାସ୍କର ହିନ୍ଦୀ ଅନୁବାଦ ବିଷୟରେ କହୁଛନ୍ତି। ଆପଣ ବି ମାସ୍କର ହିନ୍ଦୀ ଜାଣିଲେ ହସି ହସି ଗଡ଼ିବେ।

ମାସ୍କର ହିନ୍ଦୀ, ‘ନାସିକାମୁଖସଂରକ୍ଷକ କିଟାଣୁରୋଧକ ବାୟୁଛାନକ ବସ୍ତ୍ରୋଡୋରିୟୁକ୍ତପଟିକା’ ବୋଲି ଅମିତାଭ ଟୁଇଟରେ କହିଛନ୍ତି। ଏହି ଶବ୍ଦ ବହୁତ ଲମ୍ବା ହୋଇଥିବାରୁ ଏହାକୁ କହିବା ସମସ୍ତଙ୍କ ପାଇଁ ଜଟିଳ ହୋଇପାରେ।

ଏହି ଟୁଇଟରେ ଅମିତାଭ ତାଙ୍କ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ଗୁଲାବେ ସିତାବୋ ଫିଲ୍ମର ପୋଷ୍ଟରରେ ତିଆରି ମାସ୍କ ବିନ୍ଧିଥିବା ନଜର ଆସୁଛନ୍ତି। ଏହି ଫିଲ୍ମରେ ଅମିତାଭଙ୍କ ସହିତ ଆୟୁଷ୍ମାନ ବି ନଜର ଆସିଥିଲେ। ଫିଲ୍ମଟି ଆମାଜନ ପ୍ରାଇମରେ ରିଲିଜ ହୋଇଥିଲା।

Comment