ଓଡ଼ିଶାଲାଇଭ୍ ବ୍ୟୁରୋ

maggi spring roll-2

ପିଲାମାନଙ୍କୁ ସବୁବେଳେ ବାହାରର ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଭଲ ଲାଗେ। ତେବେ ଲକଡାଉନରେ ଯଦି ପିଲାମାନେ ବାହାର ଜିନିଷ ଖାଇବାକୁ ଜିଦ୍ ଧରି ବସନ୍ତି ତେବେ ଆପଣ ଘରେ ମଧ୍ୟ ବନେଇପାରିବେ କିଛି ଟେଷ୍ଟି ସ୍ନାକ୍ସ। ମ୍ୟାଗି ଖାଇବାକୁ ବେଶ୍ ପସନ୍ଦ କରନ୍ତି ସମସ୍ତେ। ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ପ୍ରସ୍ତୁତ କରିବେ ମ୍ୟାଗି ସ୍ପ୍ରିଙ୍ଗ୍ ରୋଲ୍।

ଆବଶ୍ୟକୀୟ ସାମଗ୍ରୀ- ମ୍ୟାଗି ଏକ ପ୍ୟାକେଟ୍, ମଇଦା ଦୁଇ କପ୍, କଟା ପିଆଜ ଦୁଇଟି, କଟା ବନ୍ଧାକୋବି, କଞ୍ଚା ଲଙ୍କା, ଟମାଟୋ ସସ୍, ସୋୟା ସସ୍, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପାଣି

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ପ୍ୟାନରେ ତେଲ ଗରମ କରି ସେଥିରେ ପିଆଜ, ବନ୍ଧାକୋବି, କଞ୍ଚା ଲଙ୍କା, ଲୁଣ, ଲଙ୍କା ଗୁଣ୍ଡ ପକାଇ ଭାଜନ୍ତୁ।ଭାଜି ହୋଇଆସିଲେ ସେଥିରେ ମ୍ୟାଗି ନୁଡଲ୍, ମ୍ୟାଗି ମସଲା ଏବଂ ଏକ କପ୍ ପାଣି ଦେଇ ସିଝାନ୍ତୁ। ଏବେ ସେଥିରେ ଟମାଟୋ ସସ୍, ସୋଟା ସସ୍ ପକାଇ ଗୋଳାନ୍ତୁ। ମ୍ୟାଗି ପ୍ରସ୍ତୁତ ହୋଇଗଲେ ତାକୁ କାଢ଼ି ରଖନ୍ତୁ। ମ୍ୟାଗି ଯେପରି ଶୁଖିଲା ରହିବ ସେ ପ୍ରତି ଧ୍ୟାନ ଦେବେ।

maggi spring roll-3

-ବର୍ତ୍ତମାନ ଏକ ପାତ୍ରରେ ମଇଦା, ଲୁଣ, ସାମାନ୍ୟ ତେଲ ପକାଇ ଚକଟନ୍ତୁ। ଆବଶ୍ୟକ ଅନୁସାରେ ପାଣି ପକାଇ ଗୁଳା ପ୍ରସ୍ତୁତ କରନ୍ତୁ। ଏଥିରୁ ଛୋଟ ଛୋଟ ଗୁଳା କରି ରୁଟି ବେଲନ୍ତୁ। ପ୍ରତ୍ୟକ ରୁଟିରେ ଏକ ବଡ଼ ଚାମଚ ମ୍ୟାଗି ରଖନ୍ତୁ ଏଭଂ ଏବାକୁ ରୋଲ କରିଦିଅନ୍ତୁ। ଏହାର ସାଇଡ୍ ଯେପରି ନଖୋଲେ ସେଥିପାଇଁ ମଇଦା ପାଣି ଲଗାଇ ଭଲସେ ଚାପିଦିଅନ୍ତୁ।

maggi spring roll-1

-ଏବେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଏହି ମ୍ୟାଗି ପୂର ଦିଆ ରୋଲକୁ ପକାଇ ଛାଣନ୍ତୁ। ସାମାନ୍ୟ ବ୍ରାଉନ କଲର ହୋଇଆସିଲେ ଏହାକୁ କାଢ଼ିଦିଅନ୍ତୁ।

-ଏହା ପରେ ଏହାକୁ ମଝିରୁ କାଟି ଗରମ ଗରମ ସର୍ଭ କରନ୍ତୁ ମ୍ୟାଗି ସ୍ପ୍ରିଙ୍ଗ୍ ରୋଲ୍।

Comment