ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡି କରି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଛି। ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ।

ଗତ କାଲି ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ରହିଥିଲେ। ଆଜି ଅପରାହ୍‌ଣ ପର୍ଯ୍ୟନ୍ତ ରଥରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ନୀତିକାନ୍ତି ବେଳେ କମ ସଂଖ୍ୟକ ସେବାୟତ ଯୋଗ ଦେଇଥିଲେ।

ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ହୋଇଥିବାରୁ ତିନି ରଥ ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଲାଗିଥିଲା। ଚଳିତ ବର୍ଷ କରୋନା ଭାଇରସ ଯୋଗୁଁ କଟକଣା ଭିତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିନା ଭକ୍ତରେ ଏ ବର୍ଷ ରଥା ଟଣା ହୋଇଥିଲା।

Comment