ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନ ସିଂହାସନ ଛାଡ଼ି ମାଉସୀ ଘରକୁ ଆସିଛନ୍ତି ଭାବର ଠାକୁର। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଶରଧା ବାଲିରେ ରହିଛି ତିନି ରଥ। ଆଜି ଅପରାହ୍‌ଣ ପର୍ଯ୍ୟନ୍ତ ତିନିଠାକୁର ରଥ ଉପରେ ରହିବେ।

ରଥ ଉପରେ ମଙ୍ଗଳ ଆଳତି ଅବକାଶ ନୀତି ଶେଷ ହେବା ପରେ ତିନିଠାକୁରଙ୍କୁ ସନ୍ଧ୍ୟାରେ ଗୋଟି ପହଣ୍ଡିରେ  ଆଡ଼ପମଣ୍ଡପକୁ ବିଜେ କରାଯିବ। କମ ସଂଖ୍ୟକ ସେବାୟତରେ ସମସ୍ତ ନୀତିକାନ୍ତି ଶେଷ କରାଯିବ। କୋଭିଡ-୧୯ ଗାଇଡଲାଇନ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରି ପହଣ୍ଡି ଓ ଅନ୍ୟ କାର୍ଯ୍ୟକ୍ରମ କରାଯିବ।

ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ହୋଇଥିବାରୁ ତିନି ରଥ ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଲାଗିଥିଲା। ଚଳିତ ବର୍ଷ କରୋନା ଭାଇରସ ଯୋଗୁଁ କଟକଣା ଭିତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିନା ଭକ୍ତରେ ଏ ବର୍ଷ ରଥା ଟଣା ହୋଇଥିଲା।

Comment