ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଢ଼େଇ ହଜାର ସେବାୟତଙ୍କ ୨ଥର ହେବ କରୋନା ଟେଷ୍ଟ। ସେବାୟତଙ୍କ ବ୍ୟତୀତ ପୋଲିସ ଓ ସଫେଇ କର୍ମଚାରୀଙ୍କ ବି ହେବ ଟେଷ୍ଟ। ଏହାସହ ରଥଯାତ୍ରାରେ ସାମିଲ ହୋଇଥିବା ମୋଟ୍‌ ୫ ହଜାର କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର।

ପୁରୀ ସର୍କିଟ ହାଉସରେ ଆଜି ରଥଯାତ୍ରା ନେଇ ବୈଠକ ହୋଇଥିଲା। ସେବାୟତଙ୍କ କରୋନା ଟେଷ୍ଟ ଉପରେ ଆଲୋଚନା ଚାଲିଥିଲା। ୨୮ ତାରିଖ ରଥ ଦକ୍ଷିଣ ମୋଡ ପୂର୍ବରୁ କୋଭିଡ ଟେଷ୍ଟ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହାସହ ସାରା ସହରକୁ ସାନିଟାଇଜ କରାଯିବ। ସେବାୟତଙ୍କ ପରିବାରକୁ ମଧ୍ୟ ସଚେତନ କରାଯିବ। ଏହି ସଚେତନ ପାଇଁ ଏକ ଟିମ୍‌ ଗଠନ କରାଯିବ। ସେହିପରି ରଥଯାତ୍ରା ପାଇଁ ଆହୁରି ୫ ହଜାର ମାସ୍କ ମଗାଯାଇଛି ବୋଲି କହିଛନ୍ତି ସୁରେଶ ମହାପାତ୍ର।

Comment