ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋtv actor

ଷ୍ଟାର ହେବାକୁ, ଅଭିନୟ କରିବାକୁ ଏମିତି ଅନେକ ସ୍ୱପ୍ନ ନେଇ ହଜାର ହଜାର ଲୋକ ମାୟାନଗରୀ ମୁମ୍ବାଇକୁ ଆସନ୍ତି। ସେମାନଙ୍କ ମଧ୍ୟରୁ କାହାର ସ୍ୱପ୍ନ ପୂରା ହୁଏତ କାହାର ହୁଏ ନାହିଁ। କିନ୍ତୁ ଏହି ଗ୍ଲାମର ଦୁନିଆରେ କିଛି ଗ୍ୟାରେଣ୍ଟି ନାହିଁ। କାରଣ ଆଜି ଯିଏ ଷ୍ଟାର କାଲି ସେ ବେକାର ମଧ୍ୟ ହୋଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଟିଭିର କିଛି ଟଫ୍ ଷ୍ଟାର ଅଛନ୍ତି ଯେଉଁମାନେ ଅଭିନୟ ବ୍ୟତୀତ ବିଜନେସ କରନ୍ତି।

ଅର୍ଜୁନ ବିଜଲାନି

ପ୍ରସିଦ୍ଧ ଟିଭି ଅଭିନେତା ଅର୍ଜୁନ ବିଜଲାନି ‘ମିଲେ ଜବ୍ ହମ୍ ତୁମ୍’, ‘ନାଗିନ୍’ ଭଳି ଟିଭି ସିରିଏଲ୍ ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି| ଜଣେ ଅଭିନେତା ସହିତ ଅର୍ଜୁନ ଜଣେ ବିଜନେସମ୍ୟାନ ମଧ୍ୟ। ମୁମ୍ବାଇରେ ତାଙ୍କର ଏକ ଓ୍ୱାଇନ୍‌ ସପ୍‌ ଅଛି।

ଶବୀର

‘କୁମ୍‌କୁମ୍‌ ଭାଗ୍ୟ’ ଅଭିନେତା ଶବୀର ଅଭିନୟ ବ୍ୟତୀତ ନିଜର ଏକ ପ୍ରଡକ୍ସନ ହାଉସ୍‌ ଚଳାନ୍ତି। ତାଙ୍କ ପ୍ରଡକ୍ସନ ହାଉସର ନାଁ ଫ୍ଲାଇଙ୍ଗ୍‌ ଟର୍ଟଲ୍ସ।

ସଞ୍ଜୀଦା ଶେଖ

ଅଭିନେତ୍ରୀ ସଞ୍ଜୀଦା ଶେଖ ମୁମ୍ବାଇରେ ଏକ ପାର୍ଲର ଚଳାନ୍ତି। ଏହାର ନାମ ହେଉଛି ‘ଦ ସଞ୍ଜୀଦା ପାର୍ଲର’| ଏହା ତାଙ୍କ ମାଙ୍କର ସ୍ୱପ୍ନ ଥିଲା, ଯାହାକୁ ସଞ୍ଜୀଦା ପୂରଣ କରିଛନ୍ତି। ସଞ୍ଜୀଦାଙ୍କ ହିଟ୍‌ ସିରିଏଲ ଥିଲା ‘ଏକ ହସୀନା ଥୀ’।

କରଣ କୁନ୍ଦ୍ରା

ଜଣାଶୁଣା ଅଭିନେତା କରଣ କୁନ୍ଦ୍ରା ଜଲନ୍ଧରରେ ଏକ କଲ୍ ସେଣ୍ଟର ଚଳାନ୍ତି| ଏହା ବ୍ୟତୀତ ସେ ତାଙ୍କ ବାପାଙ୍କ ସହିତ ଇନଫାଷ୍ଟ୍ରକଚର ବିଜନେସ୍‌ ସମ୍ଭାଳନ୍ତି।

Comment