ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ନିଆରା ଷ୍ଟାଇଲରେ କୋଟି କୋଟି ଲୋକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ମୃତ୍ୟୁରେ ବଲିଉଡର ଅନେକ କଳାକାର ଏବଂ ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାରିମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କର ଏକ ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ସେ ଶାହରୁଖ ଖାନଙ୍କର ଏକ ଗୀତରେ ମାଧୁରୀ ଦୀକ୍ଷିତଙ୍କ ପାଇଁ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।sushant-1

ମଧୁରୀ ଦୀକ୍ଷିତଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ସୁଶାନ୍ତ ସିଂ ରାଜପୁତ ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଥିଲେ। ମାଧୁରୀଙ୍କର ସେ କେତେ ବଡ଼ ଫ୍ୟାନ ଏହି ଭିଡିଓ ମାଧ୍ୟରେ ଜଣାଇଥିଲେ। ଖାସ କଥା ହେଉଛି ସୁଶାନ୍ତଙ୍କ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଥର ଦେଖାଯାଇଛି।

 

View this post on Instagram

 

Happy birthday ma’am. @madhuridixitnene Your big fan !🥳

A post shared by Sushant Singh Rajput (@sushantsinghrajput) on

ଅନ୍ୟପକ୍ଷରେ ଏବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରାଯାଉଛି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି।

Comment