ଓଡ଼ିଶାଲାଇଭ୍ ବ୍ୟୁରୋ

french potato omelett-2

ଅଣ୍ଡା ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ତେଣୁ ଝଟପଟ ପ୍ରସ୍ତୁତ ହେଉଥିବା ଅଣ୍ଡା ଅମଲେଟ୍ ତିଆରି କରିବା ପାଇଁ ଯେତିକି ସହଜ ସେତିକି ସ୍ୱାଦିଷ୍ଟ ମଧ୍ୟ। ହେଲେ ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ବନେଇବେ ଫ୍ରେଞ୍ଚ୍ ପଟାଟୋ ଅମଲେଟ୍। ଏହା ସାଧାରଣ ଅମଲେଟଠାରୁ ଟିକେ ହଟକେ। ତେଣୁ ଏବା ଖାଇବାକୁ ସମସ୍ତେ ପସନ୍ଦ କରିବେ।

ଆବଶ୍ୟକୀୟ ସାମଗ୍ରୀ- ଅଣ୍ଡା 3ଟି, ବଟର୍ ତିନି ଚାମଚ, କଟା କଞ୍ଚା ଲଙ୍କା ଦୁଇଟି, କଟା ହୋଇଥିବା ଆଳୁ ଗୋଟିଏ, ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, କଟା ଧଣିଆପତ୍ର, ଲୁଣ ସ୍ୱାଦନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ଏକ ପାତ୍ରରେ ଅଣ୍ଡା, ଧଣିଆପତ୍ର, ଲୁଣ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ମିଶାଇ ଭଲଭାବେ ଫେଟନ୍ତୁ।

-ଏବେ ଏକ ପ୍ୟାନରେ ବଟର୍ ପକାଇ ଗରମ କରନ୍ତୁ। ସେଥିରେ କଟା ଆଳୁ ପକାଇ ଫ୍ରାଏ କରନ୍ତୁ।

french potato omelett-3

-ଆଳୁ ସାମାନ୍ୟ ଗୋଲ୍ଡେନ୍ କଲର ହେବା ପରେ ଫେଟା ଯାଇଥିବା ଅଣ୍ଡାକୁ ସେଥିରେ ପକାଇ ଦିଅନ୍ତୁ।

-ଅଣ୍ଡା ଆଳୁ ସହ ଭଲସେ ସେଟ୍ ହୋଇଗଲାପରେ ଏବାକୁ ସାମାନ୍ୟ ଗୋଲ୍ଡେନ୍ କଲର ହେଲେ ଓଲଟାଇ ଦିଅନ୍ତୁ। 5ରୁ 10 ସେକେଣ୍ଡ ରଖି ଗ୍ୟାସ ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ଏହା ଉପରେ ଚାଟ୍ ମସଲା ପକାଇଦିଅନ୍ତୁ।

-ପ୍ରସ୍ତୁତ ହୋଇଗଲା ଫ୍ରେଞ୍ଚ୍ ପଟାଟୋ ଅମଲେଟ୍। ଏହାକୁ ଯେକୌଣସି ଚଟଣୀ ବା ସସ୍ ସହ ଖାଇପାରିବେ।

Comment