ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। କାରଣ ଏଣିକି ଘରୋଇ କମ୍ପାନିମାନେ ମଧ୍ୟ ରକେଟ୍ ଓ ଉପଗ୍ରହ ତିଆରି କରିପାରିବେ। ଏନେଇ ଆଜି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ କେ ଶିବନ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ପେସ୍ ସେକ୍ଟର ଘରୋଇ କମ୍ପାନିଗୁଡ଼ିକ ପାଇଁ ଖୋଲାଯିବ। ସେମାନଙ୍କୁ ରକେଟ୍ ଓ ଉପଗ୍ରହ ତିଆରି ଏବଂ ଲଞ୍ଚ କରିବାର ସୁଯୋଗ ପ୍ରଦାନ କରାଯିବ।

ତେବେ ପୂର୍ବଭଳି ଇସ୍ରୋ କିନ୍ତୁ ମହାକାଶ ଗବେଷଣା ଓ ଅନୁସନ୍ଧାନ କାର୍ଯ୍ୟ ଜାରି ରଖିବ । ଏହାଦ୍ୱାରା ଭାରତୀୟ ମହାକାଶ ବିଜ୍ଞାନର ଆହୁରି ଅଧିକ ଉନ୍ନତି ହୋଇପାରିବ ବୋଲି ଶିବନ କହିଛନ୍ତି।

ବୁଧବାର ଏନେଇ କ୍ୟାବିନେଟ୍ ମଞ୍ଜୁରି ଦେଇଥିଲା। ଏହାଦ୍ୱାରା ଭାରତୀୟ ମହାକାଶ ସହିତ ଉଦ୍ୟୋଗ ଜଗତ ମଧ୍ୟ ଲାଭବାନ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।

Comment