ଓଡ଼ିଶାଲାଇଭ୍ ବ୍ୟୁରୋ

sushant-1

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଦିନକୁ ଦିନ ବଢ଼ିବାକୁ ଲାଗିଛି ବିବାଦ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ତଥା ଫ୍ୟାନ୍ସଙ୍କ ତରଫରୁ ସିବିଆଇ ଯାଞ୍ଚ ଦାବି କରାଯାଉଛି। ତେବେ ଏନେଇ ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ଟ୍ୱିଟର ଆକାଉଣ୍ଟର ଯାଞ୍ଚ କରିବ। ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ସ୍ୱୀକାର କରିପାରୁନାହାନ୍ତି କେହି। ତେବେ ମୁମ୍ବାଇ ପୋଲିସ୍ ସମସ୍ତ ଦିଗକୁ ଧ୍ୟାନ ଦେବା ସହ ସତ ବାହାର କରିବାକୁ ଯଥା ସମ୍ଭବ ଚେଷ୍ଟା ଚଲେଇଛି।

ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ। ସେବେଠୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଛି। ଏନେଇ ଏବେ ତାଙ୍କ ଟ୍ୱିଟର ଆକାଉଣ୍ଟ ଯାଞ୍ଚ ହେବ। ସୂଚନା ଅନୂଯାୟୀ ମୃତ୍ୟୁ ପୂର୍ବରୁ ସୁଶାନ୍ତ ନିଜ ଟ୍ୱିଟର ଆକାଉଣ୍ଟରୁ କିଛି ପୋଷ୍ଟ ଡିଲିଟ୍ କରିଥିଲେ। ମୁମ୍ବାଇ ପୋଲିସ ଏଥିପାଇଁ ଟ୍ୱିଟର୍ ଇଣ୍ଡିଆ ସହ ସମ୍ପର୍କ କରିବ।

sushant-6

ଟ୍ୱିଟର ଆକାଉଣ୍ଟରେ ସୁଶାନ୍ତଙ୍କ ଶେଷ ପୋଷ୍ଟ ୨୦୧୯ ଡିସେମ୍ବର ୨୭ ତାରିଖରେ ହୋଇଛି। କିନ୍ତୁ ସନ୍ଦେହ କରାଯାଉଛି ଯେ ଏହା ପରେ ମଧ୍ୟ କିଛି ପୋଷ୍ଟ ଡିଲିଟ୍ ହୋଇଛି। ଏହି ପୋଷ୍ଟ ସୁଶାନ୍ତ ମୃତ୍ୟୁର କିଛି ସମୟ ପୂର୍ବରୁ ହୋଇଥିବାର ସୂଚନା ମିଳୁଛି। ପୋଲିସ ବର୍ତ୍ତମାନ ଏହି ସମ୍ବନ୍ଧୀୟ ତଥ୍ୟ ଖୋଜିବାରେ ଲାଗିପଡ଼ିଛି ଯାହା ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ପଛର ଅସଲି କାରଣ ସାମନାକୁ ଆଣିପାରେ।

Comment