ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଛି।  ତାଙ୍କ ଭଳି ଜଣେ ପ୍ରତିଭାବାନ ଅଭିନେତାଙ୍କ ମୃତ୍ୟୁ ସମସ୍ତଙ୍କୁ ଗଭୀର ଆଘାତ ଦେଇଛି। ସେ ସିନା ନାହାନ୍ତି ହେଲେ ଦର୍ଶକଙ୍କ ପାଇଁ ତାଙ୍କର ଶେଷ ଭେଟି ଛାଡ଼ି ଦେଇ ଯାଇଛନ୍ତି। ଏହି ଭେଟି ହେଲା ତାଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚେରା’। ଏହି ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଜଣାପଡ଼ିଛି।sushant-1

ଜୁଲାଇ ୨୪ରେ ଡିସ୍ନି ହଟଷ୍ଟାରରେ ସୁଶାନ୍ତଙ୍କ ଶେଷ ଫିଲ୍ମ ରିଲିଜ ହେବ। ଫିଲ୍ମର ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ନିର୍ମାତା ପର୍ଯ୍ୟନ୍ତ ସମସ୍ତେ ଅଭିନେତାଙ୍କୁ ସମ୍ମାନ ଜଣାଇଛନ୍ତି ଏବଂ ଫିଲ୍ମ ରିଲିଜରେ ଉତ୍ସାହିତ ଅଛନ୍ତି।sushant

ଫିଲ୍ମର ନିର୍ଦ୍ଦେଶକ ମୁକେଶ ଛାବ୍ରା ମଧ୍ୟ ତାଙ୍କର ଡେବ୍ୟୁ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସୁଶାନ୍ତଙ୍କ ବିୟୋଗ ପରେ ଏହି ପ୍ରୋଜେକ୍ଟ ତାଙ୍କ ତାଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ବୋଲି ସେ କହିଛନ୍ତି।

ଏହି ଫିଲ୍ମଟି ଦୁଇ କ୍ୟାନସର ରୋଗୀଙ୍କ ଜୀବନୀ ଉପରେ ଆଧାରିତ ଥିଲା ଯିଏ ପରସ୍ପର ପ୍ରେମରେ ପଡ଼ିଯାଉଛନ୍ତି। ଏଥିରେ ସୁଶାନ୍ତ ଲିଡ୍ ରୋଲରେ ଅଭିନୟ କରିଥିଲା ବେଳେ ଏଥିରେ ତାଙ୍କ ନାୟିକା ସାଜିଛନ୍ତି ନବାଗତା ସଂଜନା ସାଙ୍ଘୀ।

ଅଭିନେତା ସୁଶାନ୍ତ ଫିଲ୍ମରେ ବହୁତ ଭଲ କାମ କରିଥିଲେ। ଆଗକୁ ମଧ୍ୟ ଭଲ କାମ କରିବାକୁ ଯାଉଥିଲେ। ଅଚାନକ ମୃତ୍ୟୁ ପାଇଁ ତାଙ୍କର ସବୁ ସ୍ୱପ୍ନ ଅଧୁରା ରହିଯାଇଛି।

Comment