ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜକୁ ସୁନ୍ଦର ରଖିବା ବିୟୁଟି ପାର୍ଲର ଯିବା ଭଲ କଥା। କିନ୍ତୁ ଏହି ସମୟରେ ଆପଣ କିଛି ଟା ଦିଗ ପ୍ରତି ଗୁରୁତ୍ୱ ଦେବା ଦରକାର, ନହେଲେ ଆପଣ ପାର୍ଲରରୁ ବିଭିନ୍ନ ସଂକ୍ରମଣ ମଧ୍ୟ ଡାକି ଆଣିପାରନ୍ତି।

-ଫେସିଆଲ କରାଇବା ପୂର୍ବରୁ ବିଉଟିସିଆନଙ୍କୁ ସାବୁନ ବା ହ୍ୟାଣ୍ଡୱାସରେ ହାତକୁ ପରିଷ୍କାର କରିବା ଲାଗି କୁହନ୍ତୁ। କାରଣ ଆପଣଙ୍କ ପୂର୍ବରୁ ସେ ଅନେକ ଗ୍ରାହକଙ୍କର ଫେସିଆଲ କରିଥିବେ। ଏଭଳିକ୍ଷେତ୍ରରେ ସେମାନଙ୍କ ଶରୀରରେ ଯଦି ଆଲର୍ଜି ବା ଅନ୍ୟ କିଛି ରୋଗ ଥିବ ତା’ ହେଲେ ତାହା ଆପଣଙ୍କୁ ହେବାର ଆଶଙ୍କା ବଢ଼ିଯିବ।

-ମେନିକିୟୋର ଏବଂ ପେଡିକିୟୋର କରାଇବା ସମୟରେ ନଜର ରଖନ୍ତୁ ଯେପରିକି ହାତ ବା ପାଦ ବୁଡ଼ାଇବା ପାଇଁ ପାଣି ଆପଣଙ୍କ ସାମ୍ନାରେ ପ୍ରସ୍ତୁତ କରାଯାଇଥିବ। କାରଣ ଅନେକ ପାର୍ଲରରେ ଥରେ ପାଣି ଭରି ସେଥିରେ ବହୁ ଗ୍ରାହକଙ୍କର ମେନିକିୟୋର କରାଯାଇଥାଏ।

-ୱାକ୍ସିଂ କରିବା ସମୟରେ ମଧ୍ୟ ପାର୍ଲରଗୁଡ଼ିକ ଏଭଳି ଭୁଲ କରିଥାନ୍ତି। ସେମାନେ ଗୋଟିଏ ପାତ୍ରରେ ୱାକ୍ସିଂ ମିକ୍ସରକୁ ତରଳାଇ ରଖିଥାନ୍ତି। ପୁଣି ଗୋଟିଏ ଛୁରୀ ବ୍ୟବହାର କରି ସେମାନେ ଅନେକ ଲୋକଙ୍କର ୱାକ୍ସିଂ କରନ୍ତି। ଏହାଦ୍ୱାରା ଆପଣଙ୍କୁ କେବଳ ସଂକ୍ରମଣ ହୋଇପାରେ। ତେଣୁ ଘରୁ ସବୁବେଳେ ନିଜ ପାଇଁ ଏକ ଛୁରୀ ନେଇ ଯାଆନ୍ତୁ। ବ୍ୟବହାର କରିବା ପରେ ତାକୁ ଆଣି ପୁଣି ଗରମ ପାଣିରେ ପକାଇ ରଖିପାରିବେ।

-ପାର୍ଲରରେ ବ୍ୟବହାର କରାଯାଉଥିବା ତଉଲିଆ ସମସ୍ତଙ୍କ ପାଇଁ ସମାନ ଥାଏ। ତାକୁ କେବଳ ବାରମ୍ବାର ଧୁଆଯାଏ। ଏଭଳି କ୍ଷେତ୍ରରେ ଆପଣ ଡିସ୍ପୋଜେବୁଲ ଟିସ୍ୟୁ ବ୍ୟବହାର ପାଇଁ କହିପାରିବେ।

-ଯଦି ନିହାତି ଭାବେ ଟାୱେଲ ବ୍ୟବହାର କରିବାକୁ ପଡ଼େ ତା’ ହେଲେ ଆପଣ ତାକୁ ଆଖି ସାମ୍ନାରେ ସଫା କରାଇ ବ୍ୟବହାର କରନ୍ତୁ।

-ଛୋଟ ପାର୍ଲରରେ ବଡ଼ି ମସାଜ କରୁଥିଲେ ପାର୍ଲରର ଗାଉନ ବଦଳରେ ନିଜର ଗାଉନ ନେଇ ଯାଆନ୍ତୁ।

-ଟାଟୁ ବନାଇବାର ଥିଲେ ଡିସ୍ପୋଜେବଲ ସିରିଞ୍ଜ ବ୍ୟବହାର କରନ୍ତୁ। ନହେଲେ କୌଣସି ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିଲେ ଆପଣଙ୍କୁ ହେପାଟାଇଟିସ ଏବଂ ଏଡସ୍ ଭଳି ରୋଗ ହେବାର ଆଶଙ୍କା ରହିବ।

-ନିଜ ତ୍ୱଚା ବିଷୟରେ ଜାଣନ୍ତୁ ଏବଂ ସେ ଅନୁସାରେ ମେକଅପ୍ ଉତ୍ପାଦ ବ୍ୟବହାର କରନ୍ତୁ। ସବୁବେଳେ ବ୍ରାଣ୍ଡର କସମେଟିକ ବ୍ୟବହାର କରିବା ଭଲ। କେବେହେଲେ ବିଉଟିସିଆନଙ୍କ କଥା ଅନୁସାରେ ଅନ୍ୟବ୍ରାଣ୍ଡର ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ।

-ବ୍ଲାକହେଡସ ରିମୁଭ କରିବା ଲାଗି ଯେଉଁ ଯନ୍ତ୍ର ବ୍ୟବହାର କରାଯାଇଥାଏ ତାହା ଖୁବ ସମ୍ବେଦନଶୀଳ ହୋଇଥାଏ। ଯଦି ଭୁଲରେ ବି ତାହା ରକ୍ତର ସଂପର୍କରେ ଆସିଯିବ ତାହାହେଲେ ଗୁରୁତର ସଂକ୍ରମଣ ହୋଇପାରେ। ତେଣୁ ତାହା ଯେପରି ସଂପୂର୍ଣ୍ଣ ଭାବେ ଷ୍ଟେରିଲାଇଜ ହୋଇଥିବା ସେଥିପ୍ରତି ଗୁରୁତ୍ୱ ଦିଅନ୍ତୁ।

Comment