ଓଡ଼ିଶାଲାଇଭ୍ ବ୍ୟୁରୋ

oats upma-3

ଓଟ୍ସ୍ ଏକ ଏପରି ଖାଦ୍ୟ ଯେଉଁଥିରେ ରହିଛି ଭରପୂର ଭିଟାମିନ ଏବଂ ପ୍ରୋଟିନ୍। ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ। ଏହାକୁ ଖାଇଲେ ଅନେକ ସମୟ ଯାଏଁ ଭୋକ ଲାଗେନାହିଁ। ତେଣୁ ଅଧିକ ଖାଇବା ଦ୍ୱାରା ବଢ଼ୁଥିବ ଓଜନ ଚିନ୍ତା ମଧ୍ୟ ନଥାଏ। ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଓଟ୍ସ୍ ଉପମା।

ଆବଶ୍ୟକୀୟ ସାମଗ୍ରୀ– ଓଟ୍ସ୍ ଏକ କପ୍, କଟା ପିଆଜ ଗୋଟିଏ, କଟା ଗାଜର ଗୋଟିଏ, କଟା ବିନ୍ସ୍, ମଟର, ସୋରିଷ, ହଳଦୀ ଗୁଣ୍ଡ, ସୋଲା ଡାଲି ଏକ ଚାମଚ, ଭୃସଙ୍ଗ ପତ୍ର, ତେଲ, ଲୁଣ

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ପ୍ୟାନରେ ଓଟ୍ସକୁ ୪ରୁ ୫ ମନିଟ୍ ସମୟ ଭାଜି କାଢ଼ି ଦିଅନ୍ତୁ। ଏହା ପରେ ସେହି ପ୍ୟାନରେ ତେଲ ଗରମ କରି ସେଥିରେ ସୋରିଷ ପକାନ୍ତୁ। ସେଥିରେ ସୋଲା ଡାଲି ପକାଇ କିଛି ସମୟ ଭାଜନ୍ତୁ।

-ଏବେ କଟା ପିଆଜ, ଲଙ୍କା, ହଳଦୀ ଗୁଣ୍ଡ, ଭୃସଙ୍ଗ ପତ୍ର ପକାଇ ଧିମା ଆଞ୍ଚରେ ଭାଜନ୍ତୁ। ଏବା ପରେ ମଟର, ବିନ୍ସ ,ଗାଜର ପକାଇ ଭାଜନ୍ତୁ।

oats upma-1

-ସାମାନ୍ୟ ଭାଜି ହୋଇଆସିଲେ ସେଥିରେ ଲୁଣ ଏବଂ ପାଣି ପକାଇ ଫୁଟାନ୍ତୁ। ପାଣି ଭଲସେ ଫୁଟିଲେ ସେଥିରେ ପୂର୍ବରୁ ଭଜା ହୋଇଥିବା ଓଟ୍ସ୍ ପକାଇ ଭଲଭାବରେ ଗୋଳାଇଦିଅନ୍ତୁ।

-ବର୍ତ୍ତମାନ ପାଣି ଶୁଖିବା ଯାଏଁ ରାନ୍ଧନ୍ତୁ ଏବଂ ପାଣି ଶୁଖିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।

-ପ୍ରସ୍ତୁତ ହୋଇଗଲା ହେଲଦି ଏବଂ ଟେଷ୍ଟି ଓଟ୍ସ୍ ଉପମା।

Comment