ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ଜୁଲାଇ ୨୪ରେ  ଡିଜିଟାଲ ପ୍ଲାଟଫର୍ମ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’। ଗୁରୁବାର ଫିଲ୍ମ ନିର୍ମାତା ଏହାର ଘୋଷଣା କରିଛନ୍ତି। ରିଲିଜ ତାରିଖ ଘୋଷଣା ହେବା ପରେ ସୁଶାନ୍ତଙ୍କ ଖାସ୍‌ ବନ୍ଧୁ ତଥା ବଲିଉଡ ଅଭିନେତା ରାଜକୁମାର ରାଓ ଏହି ଫିଲ୍ମର ପ୍ରମୋସନରେ ଲାଗିପଡ଼ିଛନ୍ତି। ରାଜକୁମାର ନିଜର ଇନଷ୍ଟା ଆକାଉଣ୍ଟରେ ଫିଲ୍ମର ପୋଷ୍ଟର କରିଛନ୍ତି।

କେବଳ ରାଜକୁମାର ନୁହଁନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର, ଭୂମି ପଡେନକର ମଧ୍ୟ ଏଥିରେ ତାଙ୍କ ସାଥ୍‌ ଦେଇଛନ୍ତି। ସେମାନେ ନି ନିଜ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି।

ସୁଶାନ୍ତ ୨୦୧୩ରେ ଫିଲ୍ମ ‘କାଇ ପୋ ଛେ’ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସୁଶାନ୍ତଙ୍କ ସାଙ୍ଗ ଭୂମିକାରେ ନଜର ଆସିଥିଲେ ରାଜକୁମାର। ସୁଶାନ୍ତଙ୍କ ମୃତ୍ୟୁ ପରେ ରାଜକୁମାରଙ୍କୁ ଲାଗିଛି ଏକ ବଡ଼ ଝଟକା। ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ରାଜକୁମାର ସାମିଲ ହୋଇଥିଲେ।

ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ଏକ ଇମୋସନାଲ ପୋଷ୍ଟ କରି ରାଜକୁମାର ଲେଖିଥିଲେ,‘‘ଭାଇ ତୁମେ ବହୁତ ମନେ ପଡ଼ିବ’’।

Comment