ଓଡ଼ିଶାଲାଇଭ୍ ବ୍ୟୁରୋ

thandai-1

ଗରମଦିନେ ଥଣ୍ଡା ପାନୀୟ ପିଇବାକୁ ସମସ୍ତେ ଭଲପାଆନ୍ତି। ତେବେ ଯଦି ଘରେ ପୋଷଣରେ ଭରପୂର ସ୍ୱାଦିଷ୍ଟ ପାନୀୟ ପ୍ରସ୍ତୁତ କରାଯାଏ ତେବେ ଏହା ଶରୀର ପାଇଁ ମଧ୍ୟ ବେଶ୍ ଲାଭଦାୟୀ ହେବ। ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ପ୍ରସ୍ତୁତ କରିବେ ଭାରତର ପ୍ରସିଦ୍ଧ ଥଣ୍ଡାଇ, ଯାହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର ମଧ୍ୟ।

ଆବଶ୍ୟକୀୟ ସାମଗ୍ରୀ- ବାଦାମ (ତିନି ଛୋଟ କପ୍), କାଜୁ (ଏକ ଛୋଟ କପ୍), ପାନମଧୁରୀ (ଏକ ଛୋଟ କପ୍), ମଗଜ (ଅଧା ଛୋଟ କପ୍), ଗୋଲମରିଚ (ଅଧା ଛୋଟ କପ୍), ପିସ୍ତା (ଏକ ଛୋଟ କପ୍), ଖସଖସ (ଏକ କପ୍), ଗୁଜୁରାତୀ (୪ରୁ 5ଟି), କେସର (୫ ଗ୍ରାମ), ଗରମ ପାଣି (ଏକ ଗ୍ଲାସ), ଗୁଲକନ୍ଦ (୩ ଚାମଚ), ଚିନି (୩୦୦ ଗ୍ରାମ), ପାଣି (୨୫୦ ମି.ଲି)

thandai-3

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ଏକ ପାତ୍ରରେ ବାଦାମ, କାଜୁ, ପାନମଧୁରୀ, ମଗଜ, ଗୋଲମରିଚ, ପିସ୍ତା, ଖସଖସ, ଗୁଜୁରାତୀ ଏବଂ କେସର ରଖି ଗରମ ପାଣି ଢ଼ାଳନ୍ତୁ। ଏହାପରେ ଏହାକୁ ତାରି ଘଣ୍ଟା ଲରମ ହେବା ଯାଏଁ ଛାଡ଼ିଦିଅନ୍ତୁ।

-ଏହାପରେ ଏହାକୁ ମିଶାଇ ଭଲଭାବରେ ଗ୍ରାଇଣ୍ଡ କରନ୍ତୁ। ଗ୍ରାଇଣ୍ଡ ହେବା ପରେ ଏଥିରେ ଗୁଲକନ୍ଦ ମିଶାଇ ଆଉଥରେ ଗ୍ରାଇଣ୍ଡ କରନ୍ତୁ।

-ଏବେ ଏକ ପ୍ୟାନରେ ଚିନି ସିରା ପ୍ରସ୍ତୁତ କରନ୍ତୁ। ୧୦ରୁ ୧୫ ମିନିଟ୍ ପରେ ଚିନି ସିରା ପ୍ରସ୍ତୁତ ହୋଇଯିବ। ବର୍ତ୍ତମାନ ଏଥିରେ ପ୍ରସ୍ତୁତ ପେଷ୍ଟକୁ ପକାଇ ଆଉ ୧୦ ମିନିଟ୍ ଗ୍ୟାସ ଉପରେ ରାନ୍ଧନ୍ତୁ।

thandai-4

-ସିରା ସଂପୂର୍ଣ୍ଣ ବହଳିଆ ହୋଇଆସିଲେ ଏହାକୁ ପତଳା କରିବା ପାଇଁ ୧୫୦ ଲିଟର ପାଣି ମିଶାନ୍ତୁ। କିଛି ସମୟ ଫୁଟିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ୧୫ରୁ ୨୦ ମିନିଟ୍ ଭିତରେ ଥଣ୍ଡାଇ ପ୍ରସ୍ତୁତ ହୋଇଯିବ। ଏହାକୁ ଏକ ବୋତଲରେ ଭର୍ତ୍ତି କରି ରଖିଦିଅନ୍ତୁ।

-କ୍ଷୀରରେ ଏହି ପ୍ରସ୍ତୁତ ଥଣ୍ଡାଇକୁ ମିଶାଇ ସର୍ଭ କରନ୍ତୁ। ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଏଥିରେ ଥିବା ବାଦାମର ଶକ୍ତି ମଧ୍ୟ ଆପଣଙ୍କ ଶରୀରକୁ ପୋଷଣ ଯୋଗାଇଥାଏ।

Comment