ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଷ୍ଟାରମାନେ ଅନେକ ସମୟରେ ଆଫେଆର୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ଆଫେଆର ବିବାହ ଯାଏଁ ପହଞ୍ଚେ। ହେଲେ ଆଉ କେତେକଙ୍କ କ୍ଷେତ୍ରରେ ଆଫେଆର ରହସ୍ୟମୟ ହୋଇ ରହିଯାଏ। ଏଭଳି କିଛି ରହସ୍ୟମୟ ଆଫେଆର ବିଷୟରେ ଆସନ୍ତୁ ଜାଣିବା…

ଉଦୟ ଚୋପ୍ରାନରଗିସ୍ ଫକରୀ

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ୟସ୍ ଚୋପ୍ରାଙ୍କ ସାନପୁଅ ଅଭିନେତା ଉଦୟ ଚୋପ୍ରା ଓ ନାୟିକା ନରଗିସ୍ ଫକରୀଙ୍କ ମଧ୍ୟରେ ଥିବା ପ୍ରେମସମ୍ପର୍କ ବି ରହସ୍ୟମୟ ମନେ ହୁଏ। ଏ ଦୁହେଁ ପ୍ରାୟ ପାଞ୍ଚବର୍ଷ ତଳେ ପ୍ରେମରେ ପଡ଼ିଥିଲେ। ଉଦୟ ଅଭିନେତା ଭାବେ ଅସଫଳ ହେବା ପରେ ମାନସିକ ଅବସାଦ ଭିତରେ ଥିଲେ। ସେହି ସମୟରେ ନରଗିସ୍ ଫକରୀଙ୍କ ସହିତ ଆଫେଆର୍ ରଖିଥିଲେ। ଏ କଥାକୁ ଉଦୟ ଖୋଲାଖୋଲି ଜଣାଇବାକୁ ଚାହୁଁଥିବା ବେଳେ ନରଗିସ୍ କିନ୍ତୁ ମୁହଁ ଖୋଲୁନାହାନ୍ତି।

ଅର୍ଜୁନ କପୁରମଲାଇକା ଅରୋରା

ବଲିଉଡର ଲୋକପ୍ରିୟ ନାୟକ ଅର୍ଜୁନ କପୁରଙ୍କ ସହ ମଡେଲ୍ ତଥା ଆଇଟମ୍ ଗର୍ଲ ମଲାଇକା ଅରୋରାଙ୍କର ଆଫେଆରର ଚର୍ଚ୍ଚା ପ୍ରାୟ ପାଞ୍ଚବର୍ଷ ହେବ ଥମିବାର ନାମ ହେଉନାହିଁ। କିନ୍ତୁ ଏଯାଏଁ ଉଭୟଙ୍କର ସମ୍ପର୍କର କୌଣସି ଯଥାର୍ଥତା ଜଣାପଡ଼ୁନାହିଁ।

ଅର୍ଜୁନ କପୁରଙ୍କଠାରୁ ମଲାଇକା ଅରୋରାଙ୍କର ବୟସ ପ୍ରାୟ ଦଶ ବର୍ଷ ଅଧିକ। ଏଣେ ମଲାଇକାଙ୍କର ଏକ ଚଉଦ ବର୍ଷର ପୁଅ ମଧ୍ୟ ଅଛି। ଆହୁରି ମଧ୍ୟ କୁହାଯାଏ ଅର୍ଜୁନଙ୍କ ସହିତ ଆଫେଆର୍ ହେତୁ ମଲାଇକା ଓ ତାଙ୍କର ପୂର୍ବତନ ସ୍ୱାମୀ ଅରବାଜ୍ ଖାନଙ୍କର ଡିଭୋର୍ସ ହୋଇଥିଲା।

ଅରବାଜ୍ ଓ ମଲାଇକା ପ୍ରାୟ ୧୮ ବର୍ଷର ଦାମ୍ପତ୍ୟ ଜୀବନ ବିତାଇ ସାରିଥିଲେ। ଏବେ ବି ବେଳେବେଳେ ମଲାଇକା ଓ ଅର୍ଜୁନ୍ ବିଭିନ୍ନ ସମୟରେ ଲୁଚିଛପି ମିଶୁଛନ୍ତି। ଏଣେ ଚର୍ଚ୍ଚା ହେଉଛି ଯେ ମଲାଇକା ଏବେ ଅର୍ଜୁନଙ୍କୁ ନୁହେଁ, ବରଂ ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ଡେଟ୍ କରୁଛନ୍ତି।

ସୋହେଲ୍‌ ଖାନ୍-ହୁମା କ୍ୟୁରେସୀ

ହୁମା କ୍ୟୁରେସୀ ଜଣେ ସୁନ୍ଦରୀ ବଲିଉଡ୍ ଅଭିନେତ୍ରୀ। ଏଣେ ସୋହେଲ ଖାନ୍ ହେଉଛନ୍ତି ଏକାଧାରରେ ଅଭିନେତା, ନିର୍ମାତା ତଥା ନିର୍ଦ୍ଦେଶକ। ସେ ମଧ୍ୟ ସଲମାନ ଖାନଙ୍କର ସାନଭାଇ।

ସୋହେଲ ଖାନ୍ ଓ ହୁମା କ୍ୟୁରେସୀଙ୍କର ଆଫେଆର ମଧ୍ୟ ଚର୍ଚ୍ଚିତ ହୋଇଛି। ଏହାକୁ ନେଇ ସୋହେଲଙ୍କ ପତ୍ନୀ ସୀମା ଖୁବ୍ ବିରକ୍ତ ହୋଇଥିଲେ। ସୋହେଲ୍ ଓ ହ୍ୟୁମାଙ୍କ ଆଫେଆର୍ ଆଜି ବି ରହସ୍ୟମୟ ହୋଇଛି। ଏଇ ନିକଟରେ ହ୍ୟୁମା କହିଛନ୍ତି ସୋହେଲ୍ ତାଙ୍କ ଭାଇ ଭଳି। ଏଣୁ ସେହି ଆଫେଆର କଥାରେ କୌଣସି ସତ୍ୟତା ନାହିଁ।

ହ୍ରିତିକ ରୋଶନ୍-କଙ୍ଗନା ରାଣାୱତ

ବଲିଉଡ ସୁପରଷ୍ଟାର୍ ହ୍ରିତିକ ରୋଶନ୍ ଓ କଙ୍ଗନା ରାଣାୱତଙ୍କର ଆଫେଆରକୁ ନେଇ ଆଜିଯାଏଁ ହଟଚମଟ ଲାଗି ରହିଛି। ହ୍ରିତିକ ଓ କଙ୍ଗନା ଏକାଠି ‘କ୍ରିଶ୍ -ଥ୍ରୀ’ ଏବଂ ‘କାଇଟସ’ରେ ଅଭିନୟ କରିଥିଲେ। ସେହି ସମୟରେ ଉଭୟଙ୍କର ଆଫେଆର ଚର୍ଚ୍ଚାର ବିଷୟ ହୋଇଥିଲେ। ହେଲେ ଏହାକୁ ହ୍ରିତିକ୍ ଅସ୍ୱୀକାର କରିଛନ୍ତି।

ହ୍ରିତିକଙ୍କ ବିପକ୍ଷରେ ଅନେକ ସମୟରେ କଙ୍ଗନା ଅଭିଯୋଗ ମଧ୍ୟ ଆଣିଛନ୍ତି। ହେଲେ ଏଯାଏଁ ଉଭୟଙ୍କ ମଧ୍ୟରେ ରହସ୍ୟମୟ ପ୍ରେମସମ୍ପର୍କ ଉପରୁ ପରଦା ଉଠିନାହିଁ।

Comment