ଓଡ଼ିଶାଲାଇଭ୍ ବ୍ୟୁରୋ

watermelon halwa-3

ଖରାଦିନରେ ପ୍ରାୟ ସବୁଆଡ଼େ ତରଭୁଜ ଦେଖିବାକୁ ମିଳେ। ଏହାରୁ ସାଧାରଣତଃ କାଟିକରି ଖିଆଯାଏ ବା ଜୁସ୍ ପ୍ରସ୍ତୁତ କରି ପିଆଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ତରଭୁଜକୁ ନେଇ କିପରି ପ୍ରସ୍ତୁତ କରିବେ ହାଲଓ୍ୱା।

ଆବଶ୍ୟକୀୟ ସାମଗ୍ରୀ– କଦୁକସ ହୋଇତିବା ତରଭୁଜ ଦୁଇ କପ, କ୍ଷୀର ଏକ କପ, ଚିନି ଅଧା କପ, ଦେଶୀ ଘିଅ ଏକ ଚାମଚ, କେସର ଅଳ୍ପ, ଗୁଜୁରାତୀ ପାଉଡର ଏକ ଚାମଚ, ବେସନ ଦୁଇ ଚାମଚ, ସୁଜି ଦୁଇ ଚାମଚ, କାଜୁ ଦଶରୁ ବାରଟି, ବାଦାମ ଦଶରୁ ବାରଟି, କିସମିସ ଦଶରୁ ବାରଟି

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ଏକ ପ୍ୟାନରେ ଘିଅ ଗରମ କରନ୍ତୁ। ସେଥିରେ ତରଭୁଜ, ବେସନ, ସୁଜି ପକାଇ ଭାଜନ୍ତୁ।

-ଏହାକୁ ଗୋଳାଉଥାନ୍ତୁ ଯେପରି ଏହା ପ୍ୟାନରେ ନ ଲାଗେ ବା ନ ପୋଡ଼ିଯାଏ।

watermelon halwa-1

-ଭଲଭାବରେ ଭାଜି ହୋଇଯିବା ପରେ ଏଥିରେ କ୍ଷୀର, ଚିନି ଏଭଂ କେସର ମିଶାନ୍ତୁ। ଏହାକୁ ଆଉ ଚାରିରୁ ପାଞ୍ଚ ମିନିଟ୍ ରାନ୍ଧନ୍ତୁ।

-ବର୍ତ୍ତମାନ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ଏକ ମିନିଟ୍ ଗୋଳାନ୍ତୁ ଏବଂ ଗ୍ୟାସ୍ ବନ୍ଦ କରିଦିଅନ୍ତୁ।

-ପ୍ରସ୍ତୁତ ହୋଇଗଲା ତରଭୁଜ ହାଲଓ୍ୱା। ଏହା ଉପରେ କାଜୁ, ବାଦାମ ଏବଂ କିସମିସ ପକାଇ ଥଣ୍ଡା ହେବାକୁ ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ କାଟି ସର୍ଭ କରନ୍ତୁ।

Comment