ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବର୍ଟ ୱୋଡ୍ଲୋ, ବିଶ୍ୱର ସବୁଠୁ ଡେଙ୍ଗା ମଣିଷ ଭାବେ ପରିଚିତ। ୧୯୪୦ ପରଠାରୁ ତାଙ୍କର ଏହି ବିଶ୍ୱ ରେକର୍ଡକୁ କେହି ଭାଙ୍ଗି ପାରିନାହାନ୍ତି। ତାଙ୍କର ଲମ୍ବ ଆଠ ଫୁଟରୁ ଅଧିକ ଥିଲା। ଏଭଳି ଲମ୍ବା ବା ଡେଙ୍ଗା ବ୍ୟକ୍ତି ଆଜି ପର୍ଯ୍ୟନ୍ତ ଆଉ କେହି ଜନ୍ମ ହୋଇନାହାଁନ୍ତି।  ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଲିପିବଦ୍ଧ ହୋଇଛି।

ରୋବର୍ଟ ଆମେରିକାର ଏଲଟନ୍ (ଇଲିନୋଇସ୍) ସହରର ବାସିନ୍ଦା ଥିଲେ। ଫେବ୍ରୁଆରି ୨୨, ୧୯୧୮ରେ ଜନ୍ମ ହୋଇଥିବା ରୋବର୍ଟଙ୍କ ପିତାମାତା ସାଧାରଣ ଡେଙ୍ଗା ଥିଲା। କିନ୍ତୁ ରବର୍ଟଙ୍କର ଉଚ୍ଚତା ଜନ୍ମ ହେବାର କିଛି ମାସ ପରେ ବୃଦ୍ଧି ପାଇଥିଲା। ମାତ୍ର ଛଅ ମାସ ମଧ୍ୟରେ ତାଙ୍କର ଲମ୍ବ ତିନି ଫୁଟ ପାଖାପାଖି ହୋଇଯାଇଥିଲା। ସାଧାରଣଃ ଅନ୍ୟପିଲାମାନେ ଏହି ଉଚ୍ଚତା ପାଇବାକୁ ଅତି କମରେ ଦୁଇ ବର୍ଷ ସମୟ ନେଇଥା’ନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରବର୍ଟ ଯେତେବେଳେ ମାତ୍ର ୪ ବର୍ଷର ହୋଇଥିଲେ ସେତେବେଳେ ତାଙ୍କର ଉଚ୍ଚତା ୪ ଫୁଟରୁ ଅଧିକ ଥିଲା। ଏହିପରି ଭାବରେ ତାଙ୍କ ଉଚ୍ଚତାରେ ବୃଦ୍ଧି ଘଟି ସେ ୧୨ ବର୍ଷ ବୟସରେ ୭ ଫୁଟର ହୋଇଥିଲେ। ସେତେବେଳେ ସେ ବିଶ୍ୱ ରେକର୍ଡ କରିଥିଲେ।

ରବର୍ଟଙ୍କ ପାଦ ମଧ୍ୟ ଅତ୍ୟଧିକ ଲମ୍ବା ଥିଲା। ତାଙ୍କ ପାଇଁ ଏକ କମ୍ପାନି ସ୍ୱତନ୍ତ୍ର ଜୋତା ତିଆରି କରୁଥିଲା।

ଅତ୍ୟଧିକ ଉଚ୍ଚତା ରବର୍ଟଙ୍କ ପାଇଁ ଖତରନାକ ପ୍ରମାଣିତ ହୋଇଥିଲା, କାରଣ ତାଙ୍କର ଗୋଡ ଦୁର୍ବଳ ହୋଇଗଲା। ଫଳରେ ଚଲାବୁଲା କରିବାରେ ଅସୁବିଧା ଅନୁଭବ କଲେ।  ତାଙ୍କୁ ସାହାରା ନେବାକୁ ପଡ଼ିଲା। ପରବର୍ତ୍ତୀ ସମୟରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୧୯୪୦ରେ ମାତ୍ର ୨୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଏଲଟନରେ ତାଙ୍କର ଏକ ପ୍ରତିମୂର୍ତ୍ତି ତିଆରି ହୋଇଥିଲା।

Comment