ଓଡ଼ିଶାଲାଇଭ୍ ବ୍ୟୁରୋ

NALCO

ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (NALCO) ଅଧୀନରେ ମେଡିକାଲ ଅଫିସର ଏବଂ ବିଭିନ୍ନ ବିଭାଗର ସ୍ପେଶିଆଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ବ୍ୟକ୍ତି ଆସନ୍ତା ଜୁଲାଇ ୧୫ ତାରିଖରେ ଓ୍ୱାକ ଇନ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ। ଏହି ନିଯୁକ୍ତି ଅନୁଗୁଳର S&P କମ୍ପେକ୍ସଠାରେ ଅବସ୍ଥିତ ହସ୍ପିଟାଲରେ ଦିଆଯିବ।

ପଦବୀ ଓ ଯୋଗ୍ୟତା:

ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର

  • ପଦବୀ- ୨ଟି
  • ଯୋଗ୍ୟତା- ଏମ୍.ବି.ବି.ଏସ୍ ଡିଗ୍ରୀ ହାସଲ କରିଥିବେ।

ସ୍ପେଶିଆଲିଷ୍ଟ (ମେଡିସିନ୍, ସର୍ଜରୀ, ପେଡିଆଟ୍ରିକ୍ସ, ଅର୍ଥୋପେଡିକ୍ସ, ସ୍କିନ, ରେଡିଓଲୋଜୀ)

  • ପଦବୀ- ୬ଟି (ପ୍ରତ୍ୟକରେ ଗୋଟିଏ ଲେଖାଏଁ)
  • ଯୋଗ୍ୟତା- ଏମ୍.ଡି/ଏମ୍.ଏସ୍/ଏମ୍.ବି.ବିଏସ୍ ଡିପ୍ଲୋମା କରିଥିବେ।

ଆବେଦନ ପ୍ରକ୍ରିୟା- ଇଚ୍ଛୁକ ପ୍ରାର୍ଥୀମାନେ ଜୁଲାଇ ୧୫ ତାରିଖ ସକାଳ ୯ଟାରେ ନିମ୍ନଲିଖିତ ଠିକଣାରେ ଇଣ୍ଟରଭ୍ୟୁରେ ଯୋଗ ଦେବେ। ଇଣ୍ଟରଭ୍ୟୁ ପୂର୍ବରୁ ପ୍ରାର୍ଥୀମାନଙ୍କୁ ନିଜର ବାୟୋଡାଟା ଫର୍ମ ଓ୍ୱେବସାଇଡର କ୍ୟାରିୟର ସେକ୍ସନରେ ଦାଖଲ କରିବାକୁ ହେବ।

ଠିକଣା– ଟ୍ରେନିଂ ସେଣ୍ଟର, S&P କମ୍ପେକ୍ସ, ନାଲକୋ ଲଗର, ଅନୁଗୁଳ

ଅଧିକ ସୂଚନା ପାଇଁ nalcoindia.comରେ କ୍ଲିକ୍ କରନ୍ତୁ।

Comment