ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ଗଞ୍ଜାମ ଜିଲ୍ଲାର। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ମୃତକ ଦୁଇ ଜଣ ହେଲେ ୪୮ ବର୍ଷୀୟ ଓ ଜଣେ ୩୯ ବର୍ଷୀୟ ମହିଳା। ଉଭୟ କିଡନୀ ରୋଗରେ ପୀଡ଼ିତ ଥିଲେ। ଏହାସହ ଆଜି ୨୦୬ ପଜିଟିଭ୍‌ ମଧ୍ୟ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୦୬୫ରେ ପହଞ୍ଚିଛି। ଏଥିମଧ୍ୟରୁ ୨,୦୮୬ଟି ଆକ୍ଟିଭ କେସ ଥିବାବେଳେ ୪,୯୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨୫ଜଣଙ୍କର ମୃତ୍ୟୁ ହୋଇଛି।

Comment