ଓଡିଶାଲାଇଭ୍ ବ୍ୟୁରୋ

ଭାରତରେ ବ୍ୟାନ ହେଇଛି ଚାଇନିଜ୍ ଆପ୍ ଟିକଟକ୍। ଖୁବ୍ କମ୍ ଦିନ ଭିତରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ଏହି ଆପ୍ ଅନେକ ସାଧାରଣ ପିଲାଙ୍କୁ ଷ୍ଟାର ବନେଇଥିଲା। ଅନେକ ସେଲିବ୍ରିଟି ମଧ୍ୟ ଏହି ପ୍ଲାଟଫର୍ମରେ ବେଶ୍‌ ଆକ୍ଟିଭ ଥିଲେ।  ଆସନ୍ତୁ ଜାଣିବା ସେମତି କିଛି ପପୁଲାର ଟିକ୍‌ ଟକ୍‌ ଷ୍ଟାରଙ୍କ ବିଷୟରେ…

ଆସନ୍ତୁ ଜାଣିବା ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଥିବା ୫ ଜଣ ଟିକଟିକରଙ୍କ ବିଷୟରେ…

ରିୟାଜ ଅଲୀ

ଟିକଟକରେ ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଭାରତୀୟ ଟିକଟକରଙ୍କ ତାଲିକାରେ ରିୟାଜ ଅଲୀଙ୍କ ନାଁ ଆଗରେ ଅଛି। ବର୍ତ୍ତମାନ ସୁଦ୍ଧା ଟିକଟକରେ ରିୟାଜଙ୍କର ୩୮.୯ ମିଲିୟନ ଫଲୋୟର ଅଛନ୍ତି। ୨୦୦୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ଭୂଟାନରେ ଜନ୍ମ ହୋଇଥିଲେ ରିୟାଜ। ଏବେ ସେ ନିଜ ବାପା ମା’ଙ୍କ ସହିତ ମୁମ୍ବାଇରେ ରହୁଛନ୍ତି।

ଫୈଜଲ ଶେଖ

ସର୍ବାଧିକ ଲୋକପ୍ରିୟ ଭାରତୀୟ ଟିକଟକରଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଫୈଜଲ ଶେଖ। ପ୍ରଶଂସକମାନଙ୍କ ପାଖରେ ମିଷ୍ଟର ଫୈଜୁ ନାମରେ ସେ ବେଶ୍ ପରିଚିତ। ଟିକଟକ ବ୍ୟବହାର କରି ଫୈଜଲ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

ନିକଟରେ ୟୁଟ୍ୟୁବରେ ତାଙ୍କର ମ୍ୟୁଜିକ ଭିଡିଓ ‘ବେଓ୍ଵଫାଇ’ ରିଲିଜ ହୋଇଛି। ଏହାକୁ ୪ ସପ୍ତାହରେ ୩୦ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୮.୨ ମିଲିୟନ ଲୋକ ତାଙ୍କୁ ଟିକଟକରେ ଫଲୋ କରୁଛନ୍ତି।

ଆରିଶ୍ଫା ଖାନ

ଷ୍ଟାର ପ୍ଲସର ଟେଲି ଧାରାବାହିକ ‘ଏକ ବୀର କୀ ଅରଦାସ ହେ ବୀରା’ ରେ ଗୁଞ୍ଜନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଆରିଶ୍ଫା ଖାନ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ଟିକଟକରେ ତାଙ୍କୁ ୨୬.୬ ମିଲିୟନ ଲୋକ ଫଲୋ କରୁଛନ୍ତି।

ଆରିଶ୍ଫା ୨୦୦୩ ମସିହା ଅପ୍ରେଲ ୩ ତାରିଖରେ ଲକ୍ଷ୍ନୌର ଶାହଜହାନପୁରରେ ଜନ୍ମ ହୋଇଥିଲେ। ଟିକଟକ ସମେତ ସେ ମ୍ୟୁଜିକ ଭିଡିଓ, ଟିଭି ସୋ ଆଦିରେ ଅଭିନୟ ଜାରି ରଖିଛନ୍ତି।

ଜନ୍ନତ ଜୁବୈର ରହମାନୀ

‘ହିଚକୀ’, ‘ଲଭ୍ କା ଦି ଏଣ୍ଡ’ ପରି ଫିଲ୍ମରେ ଅଭିନୟ କରି ସାରିଥିବା ଜନ୍ନତ ଅନ୍ୟତମ ଲୋକପ୍ରିୟ ଟିକଟକ ଷ୍ଟାର ଭାବେ ଏହି ତାଲିକାରେ ନିଜର ନାଁ ସାମିଲ କରିପାରିଛନ୍ତି। ବର୍ତ୍ତମାନ ଟିକଟକରେ ତାଙ୍କୁ ୨୫.୯ ମିଲିୟନ ଲୋକ ଫଲୋ କରୁଛନ୍ତି।

ଜନ୍ନତ ପୂର୍ବରୁ ‘ଦିଲ ମିଲ ଗୟେ’, ‘ମାଟି କି ବନ୍ନୋ’ ଏବଂ ‘ଫୁଲଓ୍ଵା’ ଭଳି ଟେଲି ଧାରାବାହିକରେ ନିଜ ଅଭିନୟ ଯାଦୁ ଦେଖାଇସାରିଛନ୍ତି।

ନିଶା ଗୁରଗୈନ

‘ମୁଝେ ୟାଦ ହେ ଆତା ତେରା ଓ୍ଵୋ ନଜରେ ମିଲାନା’ ଲିପ୍ସିଙ୍ଗ ଭିଡିଓ କରି ରାତାରାତି ସଫଳତା ସାଉଁଟିଥିବା ନିଶା ଏହି ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କୁ ଏବେ ୨୫.୬ ମିଲିୟନ ଲୋକ ଟିକଟକରେ ଫଲୋ କରୁଛନ୍ତି।

ସାରା ବିଶ୍ଵରେ ଟିକଟକ ଫଲୋଅରଙ୍କ ଦୃଷ୍ଟିରୁ ଆମେରିକାର ଚାର୍ଲି ଡି’ ମେଲିଓ ପ୍ରଥମ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ତାଙ୍କୁ ୬୬ ମିଲିୟନରୁ ଅଧିକ ଲୋକ ଟିକଟକରେ ଫଲୋ କରୁଛନ୍ତି।

Comment