ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜର ଅଳ୍ପ ଦିନର କ୍ୟାରିୟରରେ ବଲିଉଡରେ କେତେକ ଦମଦାର ଫିଲ୍ମ କରି ବେଶ ନାଁ କରିଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆହୁରି କେତେକ ସୁପର ଡୁପର ହିଟ ଫିଲ୍ମ ପାଇଁ ସୁଶାନ୍ତ ପ୍ରଥମ ପସନ୍ଦ ଥିଲେ। ମାତ୍ର ପରେ ତାଙ୍କ ଜାଗାରେ ଅନ୍ୟ ହିରୋଙ୍କୁ ନିଆ ଯାଇଥିଲା। ଆସନ୍ତୁ ଜାଣିବା କେଉଁ ସବୁ ଫିଲ୍ମ ପାଇଁ ସୁଶାନ୍ତ ଥିଲେ ପ୍ରଥମ ପସନ୍ଦ?

ଆଶିକ୍‌ ୨

୨୦୧୩ରେ ରିଲିଜ ହୋଇଥିବା ସୁପର ଡୁପର ହିଟ ଫିଲ୍ମ ଆଶିକ୍‌ ୨ ପାଇଁ ସୁଶାନ୍ତ ଥିଲେ ପ୍ରଥମ ପସନ୍ଦ। ସୁଶାନ୍ତ ଏଥିପାଇଁ ଅଡିସନ ମଧ୍ୟ ଦେଇଥିଲେ। କିନ୍ତୁ ପରେ ଏହି ଫିଲ୍ମକୁ ଆଦିତ୍ୟ ରାୟ କପୁରଙ୍କୁ ଦିଆଯାଇଥିଲା।

ରାମ ଲୀଳା

୨୦୧୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ରାମ-ଲୀଲା ପାଇଁ ସୁଶାନ୍ତ ସିଂ ରାଜପୁତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ପ୍ରଥମ ପସନ୍ଦ ଥିଲେ। କିନ୍ତୁ ୟଶ ରାଜ ଫିଲ୍ମସ ସହିତ ସୁଶାନ୍ତଙ୍କ ଚୁକ୍ତି ହେତୁ ସେ ଏହି ଫିଲ୍ମରେ କାମ କରିପାରିନଥିଲେ।

ବାଜିରାଓ ମସ୍ତାନୀ

୨୦୧୫ର ସୁପରହିଟ୍ ଫିଲ୍ମ ବାଜିରାଓ ମସ୍ତାନୀ ପାଇଁ ସୁଶାନ୍ତ ମଧ୍ୟ ସଞ୍ଜୟ ଲୀଲାଙ୍କର ପ୍ରଥମ ପସନ୍ଦ ଥିଲେ, କିନ୍ତୁ ସୁଶାନ୍ତ ସେହି ସମୟରେ ‘ପାନି’ ଫିଲ୍ମରେ କାମ କରୁଥିଲେ, ତେଣୁ ଏହି ଫିଲ୍ମରେ ସେ କାମ କରିପାରିନଥିଲେ। ପରେ ‘ପାନି’ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ।

ଫିତୁର

ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମ ଫିତୁର ପ୍ରଥମେ ସୁଶାନ୍ତଙ୍କୁ ଦିଆଯାଇଥିଲା। କିନ୍ତୁ ସୁଶାନ୍ତ ସେହି ସମୟରେ ଏମ ଏସ୍‌ ଧୋନି ସୁଟିଂରେ ବ୍ୟସ୍ତ ଥିଲେ। ଏହି କାରଣରୁ ତାଙ୍କୁ ଫିଲ୍ମ ଛାଡିବାକୁ ପଡିଲା।

ସଡକ୍‌ ୨

ମହେଶ ଭଟ୍ଟଙ୍କ ଆଗାମୀ ଫିଲ୍ମ ସଡକ୍‌ ୨ ମଧ୍ୟ ସୁଶାନ୍ତଙ୍କୁ ଅଫର କରାଯାଇଥିଲା। କିନ୍ତୁ ଏହି ଫିଲ୍ମାରେ ମଧ୍ୟ ସୁଶାନ୍ତ ସ୍ଥାନରେ ଆଦିତ୍ୟ ରାୟ କୁପରଙ୍କୁ ନିଆଯାଇଛି।

Comment