ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି ବହିଷ୍କୃତ। ପୋଲିସ ଡିଜି ଅଭୟ ତାଙ୍କୁ ତାଙ୍କର କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି।

କିଛି ଦିନ ତଳେ ପୋଲିସ ଅଧିକାରୀ ଜଣକ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଆଉ ଥରେ ଦୁଷ୍କର୍ମ କରିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା। ଏହାପରେ ଗତ ମାସ ୨୬ ତାରିଖରେ ପୋଲିସ ଅଧିକାରୀଙ୍କୁ ନିଜ ପଦରୁ ସସପେଣ୍ଡ କରାଯାଇଥିଲା। ହେଲେ ଆଜି ତାଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି।

ଏଥିସହିତ ସେହି ନାବାଳିକା ଝିଅ ସହ ପୋଲିସ ଅଧିକାରୀ ଜଣକ ଯେଭଳି କାମ କଲେ ତାହା ସମସ୍ତଙ୍କୁ ଲଜ୍ଜିତ କରିଛି ବୋଲି ପୋଲିସ ଡିଜି ଅଭୟ ଟୁଇଟ କରି ଲେଖିଛନ୍ତି।

ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ଦୁଷ୍କର୍ମ କରିଥିବା ସାଂଘାତିକ ଅଭିଯୋଗ ହୋଇଥିଲା। ଗତ ୨୨ ତାରିଖରେ ଏହି ଘଟଣା ଘଟିଥିଲା। ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକ ଜଣକ ଅଢ଼େଇମାସର ଗର୍ଭବତୀ ଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ବୀରମିତ୍ରପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ତାଙ୍କ ଗର୍ଭପାତ କରାଯାଇଥିଲା।

Comment