ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ରଥ ତାଳଧ୍ୱଜ। ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା କରିବା ପରେ ସେବାୟତମାନେ ରଥଟାଣିବା ଆରମ୍ଭ କରିଛନ୍ତି।

ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ, ଏହାପରେ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ।ଛେରାପହଁରା ସରିବା ପରେ ତିନି ରଥରେ ଚାରମାଳ ଫିଟାଯିବା ସହିତ ଅଶ୍ୱକୁ ଲଗାଯାଇଛି। ଏହାପରେ ଦେବଦଳନ ଓ ନନ୍ଦିଘୋଷ ରଥ ମଧ୍ୟ ଟଣା ହେବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା ହେଲେ ଏହାର ଯଥେଷ୍ଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଛି।

ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେଉଛି। ପୁରୀ ସହରରେ କର୍ଫ୍ୟୁ ଲଗାଯିବା ସହିତ ୭୦ ପ୍ଲାଟୁନ୍ ଫୋର୍ସ ମୂତୟନ ହୋଇଛନ୍ତି। ଭକ୍ତମାନଙ୍କୁ ମଧ୍ୟ ପୁରୀ ସହର ଭିତରକୁ ଯିବାକୁ ବାରଣ କରାଯାଇଛି।

Comment