ଓଡ଼ିଶାଲଇଭ୍ ବ୍ୟୁରୋ

banarasi tomato chat-2

କିଛି ଚଟପଟା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ସେଥିମଧ୍ୟରୁ ଚାଟ୍ ହେଉଛି ସମସ୍ତଙ୍କର ପ୍ରିୟ। ବଜାରରେ ଭଳିକି ଭଳି ଚାଟ୍ ମିଳେ। ଆଝି ଆମେ ଆପଣଙ୍କୁ କହିବୁ ଘରେ କିପରି ପ୍ରସ୍ତୁତ କରିବେ ବନାରସୀ ଟମାଟୋ ଚାଟ୍।

ଆବଶ୍ୟକୀୟ ସାମଗ୍ରୀ– ସିଝା ଆଳୁ ୩ଟି, ଟମାଟୋ ୫ଟି, ଚିନି ତିନି ଚାମଚ, ଲଙ୍କା ପାଉଚର ଏକ ଚାମଚ, ଗୋଲମରିଚ ଗୁଣ୍ଡ ଅଧ ଚାମଚ, ଗରମ ମସଲା ଅଧ ଚାମଚ, ଡିରା ପାଉଡର ଏକ ଚାମଚ, ଧଣିଆ ପାଉଡର ଅଧ ଚାମଚ, ଟମାଟୋ ସସ୍ ଦେଢ଼ ଚାମଚ, ତେଲ, ଲୁଣ

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ଏକ ପାତ୍ରରେ ସିଝା ଆଳୁକୁ ଚକୁଟି ଦିଅନ୍ତୁ। ସେଥିରେ ଲଙ୍ଗା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଗରମ ମସଲା, ଜିରା ଓ ଧଣିଆ ପାଉଡର ଲୁଣ ଭଲଭାବରେ ମିଶାଇ ଦିଅନ୍ତୁ।

banarasi tomato chat-1

-୪ଟି ଟମାଟୋର ଭିତର ଅଂଶ ବାହାର କରିଦିଅନ୍ତୁ। ଏଥିରେ ଆଳୁର ମିଶ୍ରଣ ଭରିଦିଅନ୍ତୁ। ପ୍ୟାନରେ ତେଲ ଗରମ କରି ଏହି ଟମାଟୋକୁ ଭାଜନ୍ତୁ। ପାଞ୍ଚ ମିନିଟ୍ ପରେ ଏହାକୁ ଓଲଟାଇ ଚେକ୍ କରନ୍ତୁ ସବୁଆଡ଼ୁ ହୋଇଛି କି ନାହିଁ।

-ବର୍ତ୍ତମାନ ଆଉ ଏକ ଟମାଟୋ ଏବଂ ବାକି ଟମାଟୋରୁ ବାହାରି ଥିବା ଭିତର ଅଂଶରକୁ ଗ୍ରାଇଣ୍ଡ କରଦିଅନ୍ତୁ। ଏବେ ଏକ ପ୍ୟାନରେ ଦୁଇ ଚାମଚ ତେଲ ବା ଘିଅ ଗରମ କରି ସେଥିରେ ଗ୍ରାଇଣ୍ଡ ହୋଇଥିବା ଟମାଟୋ ପ୍ୟୁରି, ଚିନି, ଲୁଣ, ଟମାଟୋ ସସ୍ ପକାଇ ଦୁଇରୁ ତିନି ମିନିଟ୍ ଯାଏଁ ରାନ୍ଧନ୍ତୁ। ସାମାନ୍ୟ ବହଳିଆ ହେବାପରେ ଗ୍ୟାସ୍ ବନ୍ଦ କରଦିଅନ୍ତୁ।

banarasi tomato chat-3

-ବର୍ତ୍ତମାନ ଏକ ପ୍ଲେଟରେ ଆଳୁ ପୂର ଦିଆ ଟମାଟୋ ରଖି ତାହା ଉପରେ ରନ୍ଧା ଟମାଟୋ ପ୍ୟୁରି ଢ଼ାଳନ୍ତୁ। ଏହା ଉପରେ ପିଆଜ, ଧଣିଆ ପତ୍ର, ଅଦା କଟା ପକାଇ ସର୍ଭ କରନ୍ତୁ ବନାରସୀ ଟମାଟୋ ଚାଟ୍।

Comment