ଓଡ଼ିଶାଲାଇଭ୍ ବ୍ୟୁରୋ

Akshaye-Khanna

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବି ଟାଉନରେ ବଢ଼ିଚାଲିଛି ବିବାଦ। ଏହି ବିବାଦର ଶିକାର ହେଉଛନ୍ତି କେତେକ ନାମୀଦାମୀ କଳାକାର। ଏଥିମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଫ୍ୟାନ୍ସଙ୍କଠାରୁ ଆରମ୍ଭ କରି ଏହି ବି ଟାଉନର ଅନ୍ୟ କେତେକ କଳାକାର ମଧ୍ୟ ସ୍ୱର ଉଠାଉଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ଅକ୍ଷୟ ଖନ୍ନା। ସେ ଟୁଇଟ୍ କରି କହିଛନ୍ତି,”ପୂରା ଦେଶ ସିବିଆଇ ଯାଞ୍ଚ ପାଇଁ ଦାବି କରୁଛି। ମୁଁ ସରକାରଙ୍କୁ ଅନୁରୋଧ କରୁଛି ସେ ଜନତାଙ୍କ କଥା ଶୁଣନ୍ତୁ ଏବଂ ଏହାପାଇଁ ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ। ”

akhaya khanna-2

ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ #CBIEnquiryForSSR ଟ୍ରେଣ୍ଡ କରିବାରେ ଲାଗିଛି। ସାଧାରଣ ଜନତାଠାରୁ ବିଭିନ୍ନ ବଲିଉଡ କଳାକାର ପର୍ଯ୍ୟନ୍ତ ସମସ୍ତେ ଇଣ୍ଡଷ୍ଟ୍ରୀରେ ଚାଲିଥିବା ନେପୋଟିଜିମକୁ ନେଇ ମୁହଁ ଖୋଲିଛନ୍ତି। ଏହା ପୂର୍ବରୁ ଶେଖର ସୁମନ ଓ ଅନ୍ୟ କଳାକାର ମଧ୍ୟ ସୁଶାନ୍ତଙ୍କ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି।

Comment