ଓଡ଼ିଶାଲାଇଭ୍ ବ୍ୟୁରୋ

peanut butter soup-2

ବର୍ଷାଦିନେ ଥଣ୍ଡା ସର୍ଦ୍ଦି ଆଦି ରୋଗର ଆଶଙ୍କା ଅଧିକ ଥାଏ। ତେବେ ଏବି ସମୟରେ ନିଜ ଖାଇବା ପିଇବାର ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ। ଆଦି ଆମେ ଆପଣଙ୍କୁ କହିବୁ ଘରେ କିପରି ପ୍ରସ୍ତୁତ କରିବେ ପିନଟ ବଟର ସୁପ୍ ଯାହା ସ୍ୱାଦିଷ୍ଟ ଏବଂ ଶରୀର ପାଇଁ ଖୁବ୍ ସ୍ୱାସ୍ଥ୍ୟକର ମଧ୍ୟ।

ଆବଶ୍ୟକୀସ ସାମଗ୍ରୀ– ବାଦାମ ମଞ୍ଚି ଦେଢ଼ କପ୍, କଟା ଟମାଟୋ ଦୁଇଟି, କଟା ପିଆଜ ଗୋଟିଏ, କର୍ଣ୍ଣଫ୍ଲୋର ଏକ ଚାମଚ, ଅଦା ରସୁଣ ପେଷ୍ଟ ଏକ ଛୋଟ ଚାମଚ, ଲେମ୍ବୁ ରସ ଏକ ଛୋଟ ଚାମଚ, ମିଶା ନିମ ପତ୍ର ୬ରୁ ୭ଟି, ଲୁଣ ଏବଂ ପାଣି

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ଅଳ୍ପ ପାଣି ଏବଂ ବାଦାମକୁ ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣରେ ଅଦା ରସୁଣ ପେଷ୍ଟ, ପିଆଜ, ଟମାଟୋ ଏବଂ ଲୁଣ ମିଶାଇ ପ୍ରେସର କୁକରରେ ଏକରୁ ଦୁଇଟି ସିଟି ମାରିଦିଅନ୍ତୁ।

peanut butter soup-1

-ବର୍ତ୍ତମାନ ଏହି ପେଷ୍ଟକୁ ଭଲଭାବରେ ମିକ୍ସ କରି ଛଣାରେ ଛାଣିଦିଅନ୍ତୁ। ଏବେ ଏକ ପାତ୍ରରେ ଦୁଇ ଚାମଚ ପାଣିରେ କର୍ଣ୍ଣଫ୍ଲୋର ମିଶାଇ ଘୋଳ ପ୍ରସ୍ତୁ କରନ୍ତୁ।

-ଏବେ ଏକ ପ୍ୟାନରେ ତେଲ ଗରମ କରି ଏହି ମିଶ୍ରଣକୁ ପକାଇ ଫୁଟାନ୍ତୁ। ଗରମ ହେଲେ ଏଥିରେ କର୍ଣ୍ଣଫ୍ଲୋରର ଘୋଳ ମିଶାଇ ୫ରୁ ୬ ମିନିଟ୍ ଫୁଟିବାକୁ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ପିvଟ ବଟର ସୁପ୍। ଏହା ଉପରେ ଲେମ୍ବୁ ରସ ଏବଂ ମିଠା ନିମ ପତ୍ର ପକାଇ ସର୍ଭ କରନ୍ତୁ।

Comment