ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

films-1

ଦେଶରେ କରୋନାକୁ ନେଇ ଚାଲିଥିବା ଆତଙ୍କ ଯୋଗୁଁ  ସ୍କୁଲ୍, କଲେଜ ଓ ସିନେମା ହଲ୍ ବନ୍ଦ ପଡ଼ିଛି। ବଲିଉଡର ବହୁ କଳାକାରଙ୍କ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଯାଇଛି। ଏଥିମଧ୍ୟରେ ଫିଲ୍ମଗୁଡ଼ିକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାର ନିଷ୍ପତ୍ତି ନିଆଯାଇଛି। ନିକଟରେ ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ‘ଗୁଲାବୋ ସିତାବୋ’ ଫିଲ୍ମ ଏହି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା। ତେବେ ବର୍ତ୍ତମାନ ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ଫିଲ୍ମଗୁଡ଼ିକ ମଧ୍ୟ ଏହି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି।

ତେବେ ଓଟିଟି ପ୍ଲାଟଫର୍ମର ଡିଜନି ହାଟଷ୍ଟାରର ଇନଷ୍ଟାଗ୍ରାମରେ ଲାଇଭ୍ ଆସିଥିଲେ ଅକ୍ଷୟ କୁମାର, ଅଜୟ ଦେବଗନ, ଆଲିଆ ଭଟ୍ଟ ଏବଂ ଅଭିଷେଖ ବଚ୍ଚନ ଆଦି ବଡ଼ ବଡ଼ କଳାକାର। ଏଠାରେ ସେ ନିଜର ଫିଲ୍ମଗୁଡ଼ିକୁ ଏହି ପ୍ଲାଟଫର୍ମରେ ରିଲିଜ୍ କରିବାର ଘୋଷଣା କରିଥିଲେ। ଜାଣନ୍ତୁ ରିଲିଜ୍ ହେବାକୁ ଥିବା ଫିଲ୍ମ ଏବଂ ଅଭନୟ କରିଥିବା କଳାକାରଙ୍କ ବିଷୟରେ-

ଳକ୍ଷ୍ମୀ ବମ୍:

laxmi bomb

ରାଘବ ଲରେନ୍ସଙ୍କ ଦ୍ୱାରା ଡିରେକ୍ଟ ହୋଇଥିବା ଫିଲ୍ମ ‘ଲକ୍ଷ୍ମୀ ବମ୍’ ରେ ନିଜର ଆଶିବେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ। ଏହା ଏକ ଦରର୍ କମେଡୀ ଫିଲ୍ମ ଯାହା ତାମିଲ୍ ଫିଲ୍ମ ‘ମୁନୀ ୨: କଞ୍ଚନା’ର ହିନ୍ଦୀ ରିମେକ୍।

ସଡ଼କ ୨:

sadak 2

୧୯୯୧ ମସିହାରେ ପୂଜା ଭଟ୍ଟ ଏବଂ ସଂଜୟ ଦତ୍ତଙ୍କ ଅଭିନୀତ ‘ସଡ଼କ’ର ସିକ୍ୱେଲ୍ ହେଉଛି ‘ସଡ଼କ ୨’। ମହେଶ ଭଟ୍ଟଙ୍କ ଦ୍ୱାରା ଡିରେକ୍ଟ ହୋଇଥିବା ଏହି ଫିଲ୍ମରେ ଅବିନୟ କରିଛନ୍ତି ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁର, ପୂଜା ଭଟ୍ଟ ଏବଂ ସଂଜୟ ଦତ୍ତ।

ଭୁଜ୍ : ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ:

bhuj

୧୯୭୭ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମରେ ନଜର ଆସିବେ ଅଜୟ ଦେବଗନ, ସୋନାକ୍ଷୀ ସିହ୍ନା ଏଭଂ ସଂଜୟ ଦତ୍ତ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେଖ ଦୁଧେୟା।

ଦି ବିଗ୍ ବୁଲ୍:

big bull

ଷ୍ଟକ୍ ବ୍ରୋକର ହର୍ଷଦ ମେହତାଙ୍କ ଜୀବନୀ କାହାଣୀ ଉପରେ ଆଧାରିତ ଏଙି ଫିଲ୍ମରେ ଅଭିନୟ କରଛନ୍ତି ଅଭିଷେଖ ବଚ୍ଚନ, ନିକିତା ଦତ୍ତ ଏବଂ ଇଲିଆନା ଡିକ୍ରୁଜ୍। ଏହି ଫିଲ୍ମକୁ ଅଜୟ ଦେବଗନ ଏବଂ ଆନନ୍ଦ ପଣ୍ଡିତ ପ୍ରଡ୍ୟୁସ୍ କରିଛନ୍ତି।

ଦିଲ୍ ବେଚାରା:

dil bechara

 

ସ୍ୱର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ହେଉଛି ‘ଦିଲ୍ ବେଚାରା’। ଏଥିରେ ତାଙ୍କ ସହ ଲିଡ୍ ରୋଲରେ ଅଛନ୍ତି ଅଭିନେତ୍ରୀ ସଂଜନା ସାଂଘୀ। ଏହି ଫିଲ୍ମକୁ ମୁକେଶ ଛାବଡ଼ା ଡିରେକ୍ଟ କରିଛନ୍ତି। ହଲିଉଡ ଫିଲ୍ମ ‘ଦି ଫଲ୍ଟ ଇନ୍ ଆଓ୍ୱାର୍ ଷ୍ଟାରର୍ସ’ର ହିନ୍ଦୀ ରିମେକ୍ ହେଉଛି ଏହି ପିଲ୍ମ।

ଲୁଟ୍ କେସ:

lootcase

ଏହା ହେଉଛି କୁନାଲ ଖେମୁଙ୍କ ଦ୍ୱାରା ଅଭିନୀତ ଏକ କମେଡୀ ଡ୍ରାମା ଫିଲ୍ମ। ଏଥିରେ ରସିକା ଦୁଗ୍ଗଲ, ବିଜୟ ରାଜ , ରଣବୀର ସୁରୀ ମଧ୍ୟ ନଜର ଆସିବେ।

ଖୁଦା ହାଫିଜ୍:

khuda hafiz

ଏହା ହେଉଛି ସତ ଘଟଣା ଉପରେ ଆଧାରିତ ଏକ ରୋମାଣ୍ଟିକ ଥ୍ରୀଲର୍ ପିଲ୍ମ। ଏଥିରେ ଅଭିନୟ କରିଛନ୍ତି ବିଦ୍ୟୁତ୍ ଜାମଓ୍ୱାଲ୍ ଏବଂ ଶିବାଲିକା ଓବରୟ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଫାରୁକ କବୀର।

Comment