ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ‌ ବ୍ୟୁରୋ

ଲଦାଖର ଗଲଓ୍ୱାନ ଘାଟିରେ ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଅଭିନେତା ଅଜୟ ଦେବଗନ୍ ଏକ ଫିଲ୍ମ ନିର୍ମାଣ କରିବେ। ଏହି ଫିଲ୍ମରେ ଚୀନ୍ ସେନା ସହିତ ଲଢ଼ିବା ସମୟରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କର ବଳିଦାନର କାହାଣୀ ରହିବ। ତେବେ ଫିଲ୍ମର ଟାଇଟଲ ଏବଂ କାଷ୍ଟ ଏଯାଏଁ ସ୍ଥିର ହୋଇନାହିଁ।

ଫିଲ୍ମ କ୍ରିଟିକ ତଥା ଟ୍ରେଡ ଆନାଲିସିଷ୍ଟ ତରଣ ଦର୍ଶନ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତେବେ ଏହି ଫିଲ୍ମ ଅଜୟ ଦେବଗନ ନିଜେ ଅଭିନୟ କରିବେ କି ନାହିଁ ତାହା ଜଣାପଡ଼ି ନାହିଁ।

ଅଜୟ ଦେବଗନଙ୍କ ଓ୍ୱର୍କଫ୍ରଣ୍ଟ ଦେଖିବାକୁ ଗଲେ ତାଙ୍କୁ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।  କରୋନା ହେତୁ ଫିଲ୍ମଟି OTT ପ୍ଲାଟଫର୍ମରେ ରିଲିଜ ହେବ।  ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହିଙ୍କ ସମେତ ଅନେକ ବଡ଼ କଳାକାର ନଜର ଆସିବେ।

LEAVE A REPLY

Please enter your comment!
Please enter your name here