ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ୍ ବସ୍ ଟିଭିର ସବୁଠାରୁ ପ୍ରସିଦ୍ଧ ରିଆଲିଟି ସୋ’। ବର୍ତ୍ତମାନ ଯାଏଁ ସୋ’ର ୧୩ଟି ସିଜିନ  ସରିଲାଣି। ଏହି ସୋ‘ରେ ଟେଲି କଳାକାର, କ୍ରୀଡ଼ା ତାରକା ଓ ବିଦେଶୀ ବି ଭାଗ ନେଇଛନ୍ତି। ଲୋକପ୍ରିୟତା ପାଇବା ପାଇଁ ଓ ଚର୍ଚ୍ଚାକୁ ଆସିବା ପାଇଁ ଅନେକ ଏହି ସୋ’କୁ ଯାଇଥାନ୍ତି। କିନ୍ତୁ ଏମିତି ବି କିଛି ପ୍ରତିଯୋଗୀ ଅଛନ୍ତି ଯେଉଁମାନେ ବିଗ୍‌ ବସ୍‌ ହାଉସରେ ଚର୍ଚ୍ଚାରେ ରହି ପରବର୍ତ୍ତୀ ସମୟରେ କୁଆଡ଼େ ହଜି ଯାଇଛନ୍ତି।

ମନବୀର ଗୁରୁଜାର

ମନବୀର ଗୁରୁଜାର ବିଗ୍ ବସ୍ ୧୦ର ବିଜେତା ହୋଇଥିଲେ। ସେ ସମୟରେ ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। କିନ୍ତୁ ସୋ’ ଜିତିବା ପରେ ତାଙ୍କ ଲୋକପ୍ରିୟତା କମି ଯାଇଥିଲା। ତାଙ୍କୁ ଆଉ ଇଣ୍ଡଷ୍ଟିରେ ଦେଖିବାକୁ ମିଳିନଥିଲା।

ଦୀପକ ଠାକୁର

ବିଗ୍‌ ବସ୍ ସିଜିନ ୧୨ରେ ଦୀପକଙ୍କୁ ଦେଖିବାକୁ ମିଳିଥିଲା। ବିଗ୍ ବସ୍ ଘରକୁ ଆସିବା ପୂର୍ବରୁ ଦୀପକ ଠାକୁରଙ୍କ ନିକଟରେ ବଡ଼ ପ୍ରୋଜେକ୍ଟ ଥିଲା। ସେ ଅନୁରାଗ କାଶ୍ୟପଙ୍କ ଫିଲ୍ମରେ ଅଭିନୟ କରିଥିଲେ। ବିଗ୍‌ ବସ୍‌ରୁ ଆସିବା ପରେ ତାଙ୍କୁ ସେତେଟା ସଫଳତା ମିଳିନାହିଁ।

ଶିଳ୍ପା ସିନ୍ଦେ

ଜନସାଧାରଣଙ୍କ ଭଲପାଇବା ପାଇବା ପାଇଁ ଶିଳ୍ପା ସିନ୍ଦେ ବିଗ୍ ବସ୍ ଘରକୁ ଯାଇଥିଲେ। ସିଜିନ ୧୧ରେ ସେ ବିଗ୍‌ ବସ୍‌ ବିଜେତା ହୋଇଥିଲେ।  ବିଗ୍‌ ବସରୁ ଆସିବା ପରେ ତାଙ୍କ ଲୋକପ୍ରିୟତା କମିଛି।

ରିମି ସେନ

ସାହିଦ କପୁର ଏବଂ ଅକ୍ଷୟ କୁମାରଙ୍କ ପରି ଅଭିନେତାଙ୍କ ସହ ରୋମାନ୍ସ କରିବା ପରେ ରିମି ସେନ୍ ବିଗ୍ ବସ୍ ଘରକୁ ଯାଇ ତାଙ୍କ ବୁଡ଼ି ଯାଉଥିବା କ୍ୟାରିଅରକୁ ଠିଆ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରୁ ତାଙ୍କୁ ମିଛି ଲାଭ ହେଲା ନାହିଁ।

LEAVE A REPLY

Please enter your comment!
Please enter your name here