ଓଡ଼ିଶାଲାଇଭ୍ ବ୍ୟୁରୋ

gol hotel-3

ଦୁନିଆରେ ବହୁତ ବଡ଼ ବଡ଼ ଦାମୀ ହୋଟେଲର ଚାକଚକ୍ୟ ବିଷୟରେ ଶୁଣିଥିବେ। ହେଲେ ସମସ୍ତଙ୍କୁ ମାତ୍ ଦେଇ ଭିଏତନାମରେ ଖୋଲିଛି ପୃଥିବୀର ପ୍ରଥମ ସୁନାରେ ତିଆରି ହୋଟେଲ୍। ସେଠାରେ ହୋଟେଲର ଗେଟଠାରୁ ଆରମ୍ଭ କରି କପ୍ ତଥା ବାସନ ମଧ୍ୟ ସୁନାରେ ନିର୍ମିତ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ।

gold hotel-1

ଭିଏତନାମର ରାଜଧାନୀ ହନୋଇଠାରେ ଗତ ଜୁଲାଇ ୨ ତାରିଖରେ ଶୁଭାରମ୍ଭ ହେଲା ବିଶ୍ୱର ପ୍ରଥମ ସୁନାର ହୋଟେଲ। ଏହି ହୋଟେଲର ନାମ ଡୋଲସେ ହନୋଇ ଗୋଲ୍ଡେନ ଲେକ୍ ରଖାଯାଇଛି। ଏଠାକାର ଓ୍ୱାଶରୁମ, ଟେବୁଲ, ଝରକା, ପାଣି ଟ୍ୟାପ୍, ଖାଇବା ପାତ୍ର ସବୁକିଛି ସୁନାରେ ତିଆରି ହୋଇଛି। ଏଠାକାର କାନ୍ତ ଏବଂ ଶାଓ୍ୱାର ମଧ୍ୟ ଗୋଲ୍ଡ ପ୍ଲେଟେଡ୍।

gold hotel-3

ଏହି ହୋଟେଲର ନିର୍ମାଣ କାର୍ଯ୍ୟ ୨୦୦୯ ମସିହାରୁ ଆରମ୍ଭ ହୋଇଥିଲା। ହୋଆବିନ୍ ଗ୍ରୁପ୍ ଏବଂ ଓ୍ୱିନଧମ ଗ୍ରୁପ ମିଶି ଏହି ହୋଟେଲ୍ ତିଆରି କରିଛନ୍ତି। ଏହି ହୋଟେଲଟି ପଚିଶ ମହଲା ବିଶିଷ୍ଟ ଏବଂ ଏଠାରେ ୪୦୦ଟି ରୁମ ଅଛି। ତେବେ ଏହା ଉପରେ ଫ୍ଲାଟ୍ ମଧ୍ୟ ରହିଛି। କେହି ଫ୍ଲାଟ୍ ନେବାକୁ ଚାହୁଁଥିବେ ତାହାହେଲେ ନେଇପାରିବେ।

gold hotel-4

ହୋଟେଲରେ ଡବଲ ବେଟରିମ ପାଇଁ ରାତି ପିଛା ୭୫ ହଜାର ଟଙ୍କା ଦେବାକୁ ହେବ। ସେହିପରି ସ୍ୱତନ୍ତ୍ର ରୁମ ପାଇଁ ରାତି ପିଛା ଚାରିରୁ ପାଞ୍ଚ ଲକ୍ଷ ଦେବାକୁ ହେବ। ଏଠାରେ ସର୍ବନିମ୍ନ ଭଡ଼ା ୨୦ ହଜାରରୁ ଆରମ୍ଭ ହୋଇଛି। ତେବେ ସୁନା ମାନସିକ ଅଶାନ୍ତିକୁ କମ୍ କରିବାରେ ସାହାଯ୍ୟ କରୁଥିବାରୁ ଏହି ହୋଟେଲଟି ସଂପୂର୍ଣ୍ଣ ସୁନାରେ ତିଆରି ହୋଇଛି ବୋଲି କୁହାଯାଉଛି।

Comment