ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ଅନେକ ହୋଟେଲ ଅଛି, ଯାହା ସେମାନଙ୍କର ସ୍ୱତନ୍ତ୍ର ଡିଜାଇନ୍ ଯୋଗୁଁ ପ୍ରସିଦ୍ଧ। ଭିଏତନାମର ରାଜଧାନୀ ହାନୋଇରେ ଏପରି ଗୋଟିଏ ହୋଟେଲ ଖୋଲିଛି, ଯାହା ଉପରେ ସୁନାର ଆବରଣ ରହିଛି। ଏହି ହୋଟେଲର କବାଟ, ଝରକା, ଆସବାବପତ୍ର, ଟ୍ୟାପ୍, ବାଥରୁମ୍ ସହିତ ସବୁକିଛି ତିଆରି କରିବାରେ ସୁନା ବ୍ୟବହୃତ ହୋଇଛି।

କେବଳ ଏତିକି ନୁହେଁ, ଏହି ହୋଟେଲରେ ଥିବା ବାସକୁସନ ମଧ୍ୟ ସୁନାରେ ନିର୍ମିତ। ସୁନାରେ ନିର୍ମିତ ଏହି ବିଳାସପୂର୍ଣ୍ଣ ହୋଟେଲର ଫଟୋ ଦେଖିଲେ ବି ଆପଣ ଅଶ୍ଚର୍ଯ୍ୟ ହେବେ।gold hotel-4

ଭିଏତନାମର ରାଜଧାନୀ ହାନୋଇରେ ନିର୍ମିତ ଏହି ହୋଟେଲର ନାମ ହେଉଛି ଡୋଲ୍ସ ହାନୋଇ ଗୋଲଡେନ୍ ଲେକ୍‌।  ଏହି ୨୫ ମହଲା ବିଶିଷ୍ଟ ଏହି ହୋଟେଲରେ ୪୦୦ ରୁମ୍ ଅଛି। ଆସବାବପତ୍ର ଉପରେ ସୁନା କାରୁକାର୍ଯ୍ୟ କରାଯାଇଛି।

ସୁନାରେ ନିର୍ମିତ ଏହି ହୋଟେଲର କର୍ମଚାରୀଙ୍କ ଡ୍ରେସ୍ କୋଡ୍ ମଧ୍ୟ ଲାଲ୍ ଏବଂ ଗୋଲ୍ଡେନ ରଙ୍କ ରଖାଯାଇଛି। ଏଥି ସହିତ, ବାଥଟବ, ୱାଶରୁମରେ ସାୱାରଠାରୁ ଆରମ୍ଭ କରି ସମସ୍ତ ଜିନିଷରେ ସୁନାର ପ୍ଲେଟ ପଡ଼ିଛି।gold hotel-1

ଏହି ହୋଟେଲର ଛାତରେ ଏକ ପୁଲ୍ ମଧ୍ୟ ନିର୍ମାଣ କରାଯାଇଛି। ପୁଲର ବାହାର କାନ୍ଥକୁ ମଧ୍ୟ ସୁନାରେ ଆବରଣ କରାଯାଇଛି। ୨୦୦୯ରୁ ଏହି ହୋଟେଲର ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏଠାରେ ଗୋଟିଏ ରାତି ରହିବାର ଭଡା ପ୍ରାୟ ୭୫ ହଜାର ଟଙ୍କା

Comment