ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁନିଆରେ ବହୁତ କମ୍ ଲୋକ ଥିବେ ଯେଉଁମାନେ ସୁନାରେ ତିଆରି ଗହଣା ପିନ୍ଧିବାକୁ ପସନ୍ଦ କରୁନଥିବେ। ତେବେ ଆପଣ କେବେ ଭାବିଛନ୍ତି କି ଏହି ଧାତୁ ଯଦି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଏ ତେବେ କଣ ହେବ? ଏବେ କିଛି ବିଶେଷଜ୍ଞ ଏଭଳି ଦାବି କରୁଛନ୍ତି। ୨୦୩୫ ମସିହା ସୁଦ୍ଧା ପୃଥିବୀପୃଷ୍ଠରୁ ସୁନା ଶେଷ ହୋଇଯିବ ବୋଲି କୁହାଯାଉଛି।

ବିଶେଷଜ୍ଞମାନେ ସୁନା ଶେଷ ହେବା ନେଇ ଅନୁମାନ କରୁଛନ୍ତି। ଏହାକୁ ଗୋଲ୍ଡ ପିକ୍ କୁହାଯାଉଛି। ଗୋଲ୍ଡ ପିକ୍ ହେଉଛି ସେହି ଅବସ୍ଥା ଯେଉଁ ଅବସ୍ଥାରେ ସୁନାଖଣିରୁ ସମ୍ପୂର୍ଣ୍ଣ ଭାବେ ସୁନା ଉତ୍ତୋଳନ ହୋଇସାରିଥିବ। କିଛି ବିଶେଷଜ୍ଞଙ୍କ ଅନୁସାରେ ଆମେ ବର୍ତ୍ତମାନ ସେହି ଅବସ୍ଥାରେ ପହଞ୍ଚିସାରିଛୁ। ଏହା ଫଳରେ ଏବେ ସୁନାର ପରିମାଣ କମି କମି ଯାଉଛି।ହ୍ରାସ ପାଉଛି ସୁନା

ଓ୍ଵାର୍ଲ୍ଡ ଗୋଲ୍ଡ କାଉନସିଲ୍‌(ଡବ୍ଲ୍ୟୁଜିସି)ର ଏକ ରିପୋର୍ଟ ଅନୁସାରେ ୨୦୧୯ ମସିହାରେ ସାରା ବିଶ୍ଵରୁ ପାଖାପାଖି ୩,୫୩୧ ଟନ୍ ସୁନା ଉତ୍ତୋଳନ ହୋଇଥିଲା। ଏହି କାଉନସିଲ୍‌ର ପ୍ରବକ୍ତା ହନ୍ନାହ ବ୍ରାଣ୍ଡ୍‌ସଟିଟରଙ୍କ କହିବା କଥା ହେଉଛି, ଆସନ୍ତା ବର୍ଷଗୁଡ଼ିକରେ ସୁନା ଉତ୍ତୋଳନ ଆହୁରି ହ୍ରାସ ପାଇପାରେ। ଏହା ସହିତ ନୂଆ ସୁନାଖଣି ସଂଖ୍ୟା ମଧ୍ୟ କମିଯିବ। କାରଣ ସୁନାର ପରିମାଣ ଧିରେ ଧିରେ କମୁଛି।

ମାଟି ତଳେ ଅଛି ମାତ୍ର ୩୦ ପ୍ରତିଶତ

ତେବେ ଭୂପୃଷ୍ଠରେ କେତେ ସୁନା ଗଚ୍ଛିତ ଅଛି ସେ ବିଷୟରେ ଜାଣିବା ପାଇଁ ଖନନ କମ୍ପାନିଗୁଡ଼ିକ ବିଭିନ୍ନ ପ୍ରକାର ଅନୁମାନ ଲଗାଇଥାନ୍ତି। ଡବ୍ଲ୍ୟୁଜିସି ମୁତାବକ, ବର୍ତ୍ତମାନ ମାଟି ତଳେ ପାଖାପାଖି ୫୪,୦୦୦ ଟନ୍ ସୁନା ଅଛି। କିନ୍ତୁ ମାଟି ତଳେ ଥିବା ଏହି ସୁନାର ପରିମାଣ ବର୍ତ୍ତମାନ ସୁଦ୍ଧା ଉତ୍ତୋଳନ ହୋଇ ସାରିଥିବା ସୁନାର ମାତ୍ର ୩୦ ପ୍ରତିଶତ। ଅବଶିଷ୍ଟ ସୁନା ଆମ ଘର ଅଥବା ବ୍ୟାଙ୍କରେ ମହଜୁଦ ରହିଛି।୨୦୩୫ ସୁଦ୍ଧା ଶେଷ ହେବ ସୁନା

ଏକ ରିପୋର୍ଟ ମୁତାବକ ଆସନ୍ତା ୨୦୩୫ ମସିହା ସୁଦ୍ଧା ଦୁନିଆରୁ ସୁନା ଶେଷ ହୋଇଯିବ। ସୁନାଖଣିଗୁଡ଼ିକ ଖାଲି ହୋଇସାରିଥିବ। ନୂଆ ଖଣିର ସନ୍ଧାନ ମିଳୁନଥିବାରୁ ଏବେଠାରୁ ଏଭଳି ସ୍ଥିତି ଉପୁଜିଲାଣି।

ଅନ୍ୟ ଗ୍ରହରେ ଚାଲିଛି ସୁନା ସନ୍ଧାନ

ବୈଜ୍ଞାନିକମାନେ ଏବେ ଚନ୍ଦ୍ର ଏବଂ ଅନ୍ୟ ଗ୍ରହରେ ବି ସୁନା ଥିବାର ଅନୁମାନ କରୁଛନ୍ତି। ଯଦିବା ଅନ୍ୟ ଗ୍ରହରେ ସୁନାର ସନ୍ଧାନ ମିଳିଯାଏ, କିନ୍ତୁ ସେଠାରୁ ପୃଥିବୀକୁ ସୁନା ଆଣିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେବ ତାହା ସୁନା ମୂଲ୍ୟଠାରୁ ବହୁଗୁଣ ଅଧିକ ହେବ। ତେଣୁ ଏହା ଉପରେ ଏବେ ସେତେ ବେଶୀ କାମ କରାଯାଉନାହିଁ।ତେଲ ପରି ପ୍ରାକୃତିକ ଇନ୍ଧନ ତୁଳନାରେ ସୁନାର ଏକ ବିଶେଷତ୍ଵ ହେଉଛି- ଏହାକୁ ପୁନଃବ୍ୟବହାରକ୍ଷମ କରିହୁଏ। ତେଣୁ ଯଦି ମାଟି ତଳେ ଥିବା ସ୍ଵର୍ଣ୍ଣଭଣ୍ଡାର ଶେଷ ହୋଇଯାଏ ତେବେ ଘରେ କିମ୍ବା ବ୍ୟାଙ୍କ୍‌ରେ ଥିବା ସୁନାକୁ ନୂଆ କରି ବ୍ୟବହାର କରାଯାଇପାରିବ।

Comment