ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳିର ୫ ଦିନ ମଧ୍ୟରୁ ପ୍ରଥମ ଦିନ ପାଳନ କରାଯାଏ ‘ଧନତେରସ୍‌’ ବା ‘ଧନ ତ୍ରୟୋଦଶୀ’ ପର୍ବ। ଏହାକୁ ଧନ ଓ ସମ୍ପଦର ଉତ୍ସବ ବୋଲି କୁହାଯାଏ। ଏହି ଦିନ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ ପୂଜା ପାଆନ୍ତି। ଏହି ଦିନ ସୁନା କିଣିବା ଶୁଭ ବୋଲି ମନେ କରାଯାଏ। କିନ୍ତୁ କିଛି ଲୋକେ ଜାଣିନଥା’ନ୍ତି ସେମାନେ କିଣିଥିବା ସୁନା କେତେ ଶୁଦ୍ଧ? କିନ୍ତୁ କିଛି ସହଜ ଉପାୟରେ ଆପଣ ଜାଣିପାରିବେ ଆପଣ କିଣିଥିବା ସୁନା ଅସଲି ନା ନକଲି।

ସୁନାକୁ ଅଲଗା ଅଲଗା ସେପ୍‌ରେ ତିଆରି କରିବା ପାଇଁ ସୁନାରେ ମେଟାଲର ମିଶ୍ରଣ କରାଯାଇଥାଏ। ଏଥିପାଇଁ ବଜାରରେ ୨୩, ୨୨ ଓ ୧୮ କ୍ୟାରେଟ୍‌ର ଗହଣା ମିଳିଥାଏ।

୨୪ କ୍ୟାରେଟ୍‌ – ୯୯ ପ୍ରତିଶତ ସୁନା

୨୩ କ୍ୟାରେଟ୍‌ – ୯୫.୮ ପ୍ରତିଶତ ସୁନା

୨୨ କ୍ୟାରେଟ୍‌ – ୯୧.୬ ପ୍ରତିଶତ ସୁନା

୧୮ କ୍ୟାରେଟ୍‌ – ୭୫.୦ ପ୍ରତିଶତ ସୁନା

୧୭ କ୍ୟାରେଟ୍‌ – ୭୦.୮ ପ୍ରତିଶତ ସୁନା

୧୪ କ୍ୟାରେଟ୍‌ – ୫୮.୫ ପ୍ରତିଶତ ସୁନା

୯ କ୍ୟାରେଟ୍‌ – ୩୭.୫ ପ୍ରତିଶତ ସୁନା

ଏହା ଆପଣ ଭାରତୀୟ ମାନକ ବ୍ୟୁରୋର ଓ୍ଵେବ୍‌ସାଇଟ୍‌ http://www.bis.org.in/cert/hallbiscert.htm ରେ ପାଇପାରିବେ।

ଅସଲି ଓ ନକଲି ସୁନାର ଫରକ କେମିତି ଜାଣିବେ?

ଗୋଟେ ପାତ୍ରରେ ଦୁଇ ଗ୍ଲାସ୍‌ ପାଣି ଭର୍ତ୍ତି କରି ସେଥିରେ ସୁନାର ଗହଣା ଭର୍ତ୍ତି କରନ୍ତୁ। ଯଦି ଏହି ପାତ୍ରରେ କଳା ଦାଗ ପଡ଼ିଯାଏ, ତେବେ ଆପଣଙ୍କ ସୁନା ନକଲି। ଯଦି ହଲ୍‌କା ସୁନେଲି ରଙ୍ଗର ଦାଗ ପଡ଼େ, ତେବେ ସେହି ସୁନା ଅସଲି।

ସୁନା ଧାତୁ ନୁହେଁ, ଏଥିପାଇଁ ଏହା ଚୁମ୍ବକରେ ଲାଗିବନି। ଯଦି ଆପଣଙ୍କ ଗହଣା ସୁନାରେ ଲାଗେ, ତେବେ ଏହା ନକଲି।

ଲୁହା ବା କିଛି ଧାତୁରେ ଝାଳ ଲାଗିଲେ ଏହା ଗନ୍ଧ କରିଥାଏ। କିନ୍ତୁ ସୁନାରେ ଝାଳ ଲାଗିଲେ, ତାହା ଗନ୍ଧ କରି ନଥାଏ।

Comment