ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୨୦୨୦ ସୁଦ୍ଧା ଶ୍ରୀମନ୍ଦିରକୁ ୧୮୭ କୋଟି ୧ ଲକ୍ଷ ୮୫ ହଜାର ଟଙ୍କା ଦାନ ମିଳିଛି। ଏହାସହ ୧୭ କିଲୋ ୭୫୬ ଗ୍ରାମ ସୁନା ଓ ୨୨୭ କିଲୋ ୯୫ ଗ୍ରାମର ରୂପା ମଧ୍ୟ ମିଳିଛି। ବିଧାନସଭାରେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତର ରଖି ଆଇନମନ୍ତ୍ରୀ ପ୍ରତାପ ଜେନା ଏହି କଥା କହିଛନ୍ତି।

ଏହାବାଦ ବିଭିନ୍ନ ଲୁଗାପଟା, ଘଣ୍ଟ, ଘଣ୍ଟି, ରଥ ନିର୍ମାଣରେ କପଡ଼ା, ପାଟ ମଧ୍ୟ ଦାନ ଆକାରରେ ଦିଆଯାଇଛି। ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଏହି ଦାନ ଦେଇଥାନ୍ତି।

ଦାନରେ ମିଳିଥିବା ଟଙ୍କାକୁ ବ୍ୟାଙ୍କରେ ରଖାଯିବ। ଏହାକୁ ସେବାୟତମାନଙ୍କୁ ଦରମା ଆକାରରେ ଦିଆଯିବ। ସେହିପରି ଦାନରେ ମିଳିଥିବା ତେଜରାତି ସାମଗ୍ରୀକୁ କୋଠଭୋଗରେ ବ୍ୟବହାର କରାଯିବ। ସୁନା ଓ ରୂପାକୁ ମହାପ୍ରଭୁଙ୍କ ଅଳଙ୍କାରରେ ବ୍ୟବହାର କରାଯିବ।

Comment