ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ ପରେ ଚେତିଲେ ପଶିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୀଘା ଜଗନ୍ନାଥ ମନ୍ଦିରରୁ ହଟାଇଲେ ‘ଜଗନ୍ନାଥ ଧାମ’ ନାଁ।

ପ୍ରତିଷ୍ଠା ହେବା ଦିନରୁ ବିବାଦରେ ରହିଛି ପଶ୍ଚିମବଙ୍ଗର ଦୀଘାରେ ନିର୍ମିତି ଜଗନ୍ନାଥ ମନ୍ଦିର। ଦୀଘାସ୍ଥିତ ଏହି ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଯିବାରୁ ଓଡ଼ିଶାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଫଳରେ ମନ୍ଦିର ସାମ୍ନାରୁ ଏହି  ‘ଜଗନ୍ନାଥ ଧାମ’ ଲେଖା ହଟାଇ ଦିଆଯାଇଛି।

ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ। ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାର ପୂର୍ବ ଫଟୋ ଏବଂ ବର୍ତ୍ତମାନର ଏକ ଭିଡିଓ ଅପଲୋଡ କରି ‘ଜଗନ୍ନାଥ ଧାମ’ ଲେଖା ହଟିଥିବା ଦେଖାଇଛନ୍ତି। ଅନ୍ୟପଟେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଏତେ ପ୍ରତିକ୍ରିୟା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  

Tags: #jaganathtemple #Digha #jagannathdham #westbengal

LEAVE A REPLY

Please enter your comment!
Please enter your name here