ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ ୧୯ ନିୟମ ଅନୁଯାୟୀ ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି ଶ୍ରୀଜୀଉଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ନୀତି। ନବରଙ୍ଗପୁର ସହର ଉପକଣ୍ଠ ଶ୍ରୀଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ଏବଂ କେବଳ ସୀମିତ ସେବାୟତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ପାଳିତ ହୋଇଥିଲା ଶ୍ରୀଜୀଉଙ୍କ ଏହି ନୀତି।

ସକାଳ ୬ଟାରେ ସୂର୍ଯ୍ୟ ପୂଜା ହୋଇସାରିବା ପରଠାରୁ ଆରମ୍ଭ ହୋଇଥିଲା ଶ୍ରୀଜୀଉଙ୍କ ଏହି ନୀତି। ଅପରାହ୍‌ଣ ୪ ଘଣ୍ଟା ସମୟରେ ଶ୍ରୀ ଜୀଉଙ୍କ ନେତ୍ର ଲାଗି ନୀତି ହୋଇଥିଲା।

ନୀତି ସମୟରେ ନବରଙ୍ଗପୁର ରାଜ ପୁରୋହିତ ନରସିଂହ ନାଥ ତ୍ରିପାଠୀ, ପୂଜକ ଶେଷଦେବ ବ୍ରହ୍ମା, ଦେବୀ ନାୟକ, ରବୀନ୍ଦ୍ର ଶତପଥୀ, ପ୍ରମୋଦ ତ୍ରିପାଠୀ, ସୁଧାକର ପାଢ଼ୀ, ନିଳାଞ୍ଚଳ ତ୍ରିପାଠୀ, ଗେଲ୍ଲେଇ ତ୍ରିପାଠୀ, ସୁମିତ ହଡ଼ପ, ଜଗନ୍ନାଥ ବ୍ରହ୍ମା, ପପୁ ତ୍ରିପାଠୀ, ସୁମିତ ପାଳ ପ୍ରମୁଖ ସେବାୟତ ଉପସ୍ଥିତ ରହିଥିଲେ।

ଏହି ସମସ୍ତ ନୀତି ନବରଙ୍ଗପୁର ଦେବତ୍ତୋର ବିଭାଗ, ମନ୍ଦିର ପରିଚାଳନା କମିଟି ଏବଂ ନବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

Comment