ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

jodha

୨୦୦୮ ରେ ପରଦାକୁ ଆସିଥିଲା ଫିଲ୍ମ ‘ଯୋଦ୍ଧା ଆକବର’। ଐଶ୍ୱର୍ଯ୍ୟା ଏବଂ ହ୍ରିତିକ୍ ଅଭିନୟ ସହ ଫିଲ୍ମରେ୍ ଐଶ୍ୱର୍ଯ୍ୟାଙ୍କ ଲୁକକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ପିନ୍ଧିଥିବା ପୋଷାକ ତଥା ଗହଣା ବହୁ ସମୟ ଧରି ଟ୍ରେଣ୍ଡିଂରେ ଥିଲା। ତେବେ ଆପଣ ଜାଣିଛନ୍ତି କି? ଫିଲ୍ମରେ ଐଶ୍ ପିନ୍ଧିଥିବା ସମସ୍ତ ଗହଣ ଅସଲି ସୁନାରେ ତିଆରି ହୋଇଥିଲା।

ଏହି ଫିଲ୍ମ ରିଲିଜ୍ ପରେ ଐଶ୍ୱର୍ଯ୍ୟାଙ୍କ ଯୋଦ୍ଧା ଭୂମିକାର ପୋଷାକ ଏବଂ ଗହଣାର କ୍ରେଜ୍ ବଢ଼ିଯାଇଥିଲା। ତେବେ ରାଣୀ ବେଶରେ ଐଶ୍ୱର୍ଯ୍ୟାଙ୍କ ପରଫେକ୍ଟ ଲୁକ୍ ଆଣିବ ପାଇଁ ସେ ପିନ୍ଧିଥିଲେ ଅସଲି ସୁନାର ଗହଣା। ପ୍ରାୟ ୨ ବର୍ଷ ଲାଗିଥିଲା ଏହି ଗହଣା ତିଆରି କରିବାକୁ। ପ୍ରଖ୍ୟାତ ତନିସ୍କ ଜୁଏଲର୍ସ ତରଫରୁ ଏକ ସ୍ପେଶାଲ୍ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଇତିହାସରେ ରାଣୀ ଯୋଦ୍ଧାବାଇଙ୍କ ଲୁକକୁ ନେଇ ବେଶ୍ ରିସର୍ଚ୍ଚ କରିବା ପରେ ଏହି ଗହଣା ବନେଇଥିଲେ। ଏହି ସମସ୍ତ ଗହଣା ତିଆରି ପାଇଁ ପ୍ରାୟ ୨୦୦ ଜଣ କାରିଗର ଲାଗିଥିଲେ।

aish jodha

ଏହି ଫିଲ୍ମରେ ଯୋଦ୍ଧା ଭୂମିକା ପାଇଁ ପ୍ରାୟ ୪୦୦ କିଲୋର ଗହଣା ପ୍ରସ୍ତୁତ କରାଯାଇଥିଲା। ଏଥିରେ ଅସଲି ସୁନା, ଷ୍ଟୋନ୍ ଏବଂ ମୋତିର ବ୍ୟବହାର କରାଯାଇଥିଲା। ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ଏବଂ ହ୍ରିତିକଙ୍କ ବିବାହ ସମୟରେ ଐଶ୍ୱର୍ଯ୍ୟା ପିନ୍ଧିଥିବା ଗହଣାର ଓଜନ ପ୍ରାୟ ସାଢ଼େ ୩ କିଲେ ଥିଲା।

aish

ଐଶ୍ୱର୍ଯ୍ୟା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଫିଲ୍ମରେ ଗହଣା ପିନ୍ଧି ଅଭିନୟ କରିବା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ଥିଲା। ସେ ଏହି କଥା ଭାବି ଆଶ୍ଚର୍ଯ ହୁଅନ୍ତି ଯେ ପୂର୍ବକାଳରେ ରାଣୀମାନେ ଏହାକୁ ପୂରାଦିନ ପିନ୍ଧି ରହୁଥିଲେ। କିନ୍ତୁ ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ଯୋଦ୍ଧା ଚରିତ୍ରକୁ ନିଜ ଅଭିନୟ ମାଧ୍ୟମରେ ଜୀବନ୍ତ କରିବାକୁ ପଛେଇନଥିଲେ।

Comment