ଓଡ଼ିଶାଲାଇଭ୍ ବ୍ୟୁରୋ

bhindi coconut masala-1

ପରିବା ମଧ୍ୟରୁ ପ୍ରାୟ ସମସ୍ତେ ଭେଣ୍ଡିକୁ ଅଧିକ ପସନ୍ଦ କରନ୍ତି। ଏହା ଖାଇବାକୁ ସୁଆଦିଆ ଏବଂ ଏଥିରେ ଭରି ରହିଛି ପ୍ରୋଟିନ ଏବଂ ଭିଟାମିନ୍। ତେବେ ଭେଣ୍ଡିରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥିବେ। ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ତିଆରି କରିବେ ଭେଣ୍ଡି ନଡ଼ିଆ ମସଲା। ଏହା ଏକ ସାଉଥ୍ ଇଣ୍ଡିଆନ୍ ଖାଦ୍ୟ।

ଆବଶ୍ୟକୀସ ସାମଗ୍ରୀ- କଟା ଭେଣ୍ଡି ୨୫୦ ଗ୍ରାମ, କଟା ଟମାଟୋ ଦୁଇଟା, କଟା ପିଆଜ ଗୋଟିଏ, ରସୁଣ ୫ଟି, ଅଦା, ନଡ଼ିଆ ଅଧକପ, କୋରା ନଡ଼ିଆ, ଜିରା ଅଧା ଚାମଚ, ଲଙ୍କା ଗୁଣ୍ଡ ଅଧା ଚାମଚ, ହଳଦୀ ଅଧା ଚାମଚ, ତେଲ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ ପିଆଜ, ଟମାଟୋ, ଅଦା ଏବଂ ଅଧ କପ ନଡ଼ିଆକୁ ଗ୍ରାଇଣ୍ଡ କରିଦିଅନ୍ତୁ। ବର୍ତ୍ତମାନ ଏହାର ପେଷ୍ଟ ପ୍ରସ୍ତୁତ ହୋଇଗଲା।

bhindi coconut masala-2

-ଏବେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଜିରା, ଲଙ୍କା ଗୁଣ୍ଡ, ହଳଦୀ ପକାଇ ସାମାନ୍ୟ ଭାଜନ୍ତୁ। ଏହା ପରେ ଏଥିରେ ପ୍ରସ୍ତୁତ ପେଷ୍ଟ ପକାଇ ଭାଜନ୍ତୁ। ମସଲା ହୋଇଯିବା ପରେ ଏଥିରେ ଭେଣ୍ଡି ପକାଇ ଗୋଳାଇ ଦିଅନ୍ତୁ ଏବଂ ପ୍ୟାନକୁ ଢ଼ାଙ୍କି ଦିଅନ୍ତୁ।

-ମଝିରେ ମଝିରେ ଏହାକୁ ଗୋଳାନ୍ତୁ। ଭେଣ୍ଡି ହୋଇଯିବା ପରେ ଏଥିରେ କୋରା ନଡ଼ିଆ ପକାଇ ଆଉ ପାଞ୍ଚ ମିନିଟ୍ ରାନ୍ଧନ୍ତୁ।

-ଏବେ ଗ୍ୟାସ ବନ୍ଦ କରି ଗରମ ଗରମ ପରଷନ୍ତୁ ଭେଣ୍ଡି ନଡ଼ିଆ ମସାଲା।

Comment