ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

bell bottom-1

ଦେଶରେ କରୋନା ଆତଙ୍କକୁ ନେଇ ସ୍କୁଲ, କଲେଜଠାରୁ ଆରମ୍ଭ କରି ସିନେମା ହଲ୍ ଯାଏଁ ସବୁ ବନ୍ଦ। ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ପଡ଼ିଛି। କେତେକ ଫିଲ୍ମ ରିଲିଜ୍ ଅପେକ୍ଷାରେ ତ କେତେକ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହେଉଛି। ଏହା ସହ ଅନ୍ୟ କେତେକ ଫିଲ୍ମର ସୁଟିଂ ଆରମ୍ଭ ହେବାରେ ମଧ୍ୟ ବିଳମ୍ବ ହେଉଛି। ଏଥିମଧ୍ୟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍ ବଟମ୍’ର ସୁଟିଂ ଆସନ୍ତା ଅଗଷ୍ଟ ମାସରେ ଆରମ୍ଭ ହେବାକୁ ଯାଉଛି।

ଏନେଇ ଅକ୍ଷୟ ନିଜ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି। ଏହା ସହ ଲେଖିଛନ୍ତି,”ଦେଖାଯାଉ ଏଥିରେ ଆମେ କଣ ଭଲ କରୁଛୁ। କାମକୁ ଫେରିବାର ସମୟ ଆସିଯାଇଛି। ‘ବେଲ୍ ବଟମ୍’ର ସୁଟିଂ ଆସନ୍ତା ମାସ ଆରମ୍ଭ ହେବାକୁ ଯାଉଛି।”

bell bottom-2

ଏହି ଫିଲ୍ମରେ ଅକ୍ଷୟଙ୍କ ସହ ନଜର ଆସିବେ ବାଣୀ କପୁର, ହୁମା କୁରେସି, ଲାରା ଦତ୍ତା, ଜ୍ୟାକି ଭଗନାନୀ ଆଦି କଳାକାର। ଏହାର ନିର୍ଦ୍ଦେଶନା ଦେବେ ରଞ୍ଜିତ ଏମ୍ ତିଓ୍ୱାରୀ। ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ୍ ୨ ତାରିଖରେ ରିଲିଜ୍ ହୋଇପାରେ।

Comment