ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଆଉ ଥରେ ଦୁଷ୍କର୍ମ କରି ବୀରମିତ୍ରପୁର ଥାନା ଆଇଆଇସି ଗିରଫ ହେବା ପରେ ଏବେ ସେହି ଘଟଣାରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ମଧ୍ୟ ଗିରଫ ହୋଇଛନ୍ତି। ବେଆଇନ୍ ଭାବେ ଗର୍ଭପାତ କରିବା ଅଭିଯୋଗରେ ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

ଡାକ୍ତର ଜଣକ ବେଆଇନ୍ ଭାବେ ତାଙ୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ନାବାଳିକାର ଗର୍ଭପାତ କରିଥିଲେ। ଯାହାକୁ ଆଧାର କରି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି।

କିଛି ଦିନ ତଳେ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଦୁଷ୍କର୍ମ କରିଥିବା ସାଂଘାତିକ ଅଭିଯୋଗ ହୋଇଥିଲା। ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକ ଜଣକ ଅଢ଼େଇମାସର ଗର୍ଭବତୀ ଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ବୀରମିତ୍ରପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ତାଙ୍କ ଗର୍ଭପାତ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ଏହାପରେ ଗତ ମାସ ୨୬ ତାରିଖରେ ପୋଲିସ ଅଧିକାରୀଙ୍କୁ ନିଜ ପଦରୁ ସସପେଣ୍ଡ କରାଯାଇଥିଲା। ଏହାପରେ ପୋଲିସ ଡିଜି ତାଙ୍କୁ ତାଙ୍କ ଚାକିରିରୁ ବହିଷ୍କାର କରିବା ସହିତ କ୍ରାଇମବ୍ରାଞ୍ଚ ତାଙଅକୁ ଅନୁଗୁଳର ବଇଣ୍ଡା ଅଞ୍ଚଳରୁ ଗିରଫ କରିଥିଲା। ଏହି ମାମଲାରେ ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ମଧ୍ୟ ଗିରଫ ହୋଇଛନ୍ତି।

Comment