ଓଡ଼ିଶାଲାଇଭ୍ ଏଣ୍ଟଟେନମେଣ୍ଟ ବ୍ୟୁରୋ

priyanka chopra

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜଲଓ୍ୱା କେବଳ ବଲିଉଡରେ ସୀମିତ ନୁହେଁ, ହଲିଉଡରେ ମଧ୍ୟ ସେ ଯଥେଷ୍ଟ ଲୋକପ୍ରିୟତା ହାସଲ କରିସାରିଲେଣି। ତେବେ ଏଥିମଧ୍ୟରେ ବଲିଉଡରେ ପ୍ରିୟଙ୍କାଙ୍କ ୨୦ ବର୍ଷ ପୂରଣ ହୋଇଛି। ଏନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

priyanka chopra-5

୨୦୦୦ ମସିହାରେ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିବା ପରେ ଆରମ୍ଭ ହୋଇଥିଲା ପ୍ରିୟଙ୍କାଙ୍କ ବଲିଉଡ ଯାତ୍ରା। ଫିଲ୍ମରେ ପ୍ରିୟଙ୍କାଙ୍କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ବିନା କୌଣସି ଗଡ୍ ଫାଦରଙ୍କ ଜରିଆରେ ନିଜ ପରିଶ୍ରମରେ ସେ ପିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଏହାପରେ ସେ ହଲିଉଡରେ ମଧ୍ୟ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଜଣେ ଗ୍ଲୋବାଲ୍ ଷ୍ଟାର୍ ଭାବେ ପରିଚିତ।

priyanka chopra-4

ବଲିଉଡରେ ନିଜର କୋଡ଼ିଏ ବର୍ଷ ପୂରଣ ଅବସରରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଜାରି କରିଥିଲେ। ଏଥିରେ ସେ ନିଜର ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ କେବଳ ଅଭିନୟ ନୁହେଁ, ଗୀତ ଗାଇବାରେ ମଧ୍ୟ ରୁଚି ରଖନ୍ତି ପ୍ରିୟଙ୍କା ଚୋପ୍ରା। ଏହା ବ୍ୟତୀତ ବିଭିନ୍ନ ସାମାଜିକ କାର୍ଯ୍ୟ ସହ ସେ ସବୁବେଳେ ସଂପୃକ୍ତ ଥାନ୍ତି।

Comment