ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ ଆଜି ପାଳିତ ହେଉଛି ଚକୋଲେଟ୍ ଦିବସ। ସମସ୍ତେ ନିଜର ଖାସ୍ ଅନ୍ଦାଜରେ ଏହି ଦିନର ପାଳନ କରୁଛନ୍ତି। ଆପଣ ବି ଘରେ ଚକୋଲେଟ ସିଙ୍ଗଡ଼ା ପ୍ରସ୍ତୁତ କରି ଏହି ଦିନକୁ ପାଳନ କରନ୍ତୁ।

ଆବଶ୍ୟକ ସାମଗ୍ରୀ

୩ କପ୍ ମଇଦା, ୨ କପ୍ ଡାର୍କ ଚକ୍‌ଲେଟ୍‌, ୪ ଚାମଚ ଘିଅ, ୨ କପ୍ ରିଫାଇନ୍ ତେଲ

ସିଙ୍ଗଡ଼ା ଭିତରେ ପୂର ଦେବା ପାଇଁ ୨ ଚାମଚ ପିସ୍ତା, ୬ ଚାମଚ ଚିନି ଗୁଣ୍ଡ, ୨ ଚାମଚ ଚିନି, ତରଳା ଯାଇଥିବା ଚକୋଲେଟ୍‌ ଏବଂ ଆବଶ୍ୟକ ଅନୁଯାୟୀ ପାଣି

ପ୍ରଣାଳୀ

ପ୍ରଥମେ ଡାର୍କ ଚକୋଲେଟ୍‌କୁ ତରଳାଇ ଦିଅନ୍ତୁ। ଏହାପରେ ଆଉ ଏକ ପାତ୍ରରେ ମଇଦା, ଘିଅ ଓ ୪ ଚାମଚ ଚିନି ଗୁଣ୍ଡ ନେଇ ଅଳ୍ପ ଅଳ୍ପ ପାଣି ପକାଇ ଭଲ ଭାବେ ଚକଟନ୍ତୁ। ଚକଟିଲା ପରେ ଏହାକୁ ୭-୮ ମିନିଟ୍ ଫ୍ରିଜ୍‌ରେ ରଖନ୍ତୁ।

ସିଙ୍ଗଡ଼ା ଭିତରେ ପୂର ଦେବା ପାଇଁ ଡାର୍କ ଚକୋଲେଟ୍‌ରେ ପିସ୍ତା ଓ ଚିନି ଗୁଣ୍ଡକୁ ମିଶାଇ ରଖନ୍ତୁ।

ଗୋଟିଏ ପାତ୍ରରେ ୨ କପ୍ ପାଣି ଆଉ ଚିନି ପକାଇ ହାଲୁକା ଆଞ୍ଚରେ ବସାଇ ଚିନି ସିରା ପ୍ରସ୍ତୁତ କରନ୍ତୁ।

ସବୁ ସରିବା ପରେ ଫ୍ରିଜ୍‌ରେ ରଖିଥିବା ମଇଦା ଚକଟାକୁ ବାହାର କରି ଛୋଟ ଛୋଟ ଗୁଳା କରି ସିଙ୍ଗଡ଼ା ଭଳି ବେଲନ୍ତୁ। ସେଥିରେ ତିଆରି କରିଥିବା ଡାର୍କ ଚକୋଲେଟ୍ ଆଉ ପିସ୍ତା ବାଦାମ ପୂର ଦେଇ ସିଙ୍ଗଡ଼ା ଭଳି ଛାଣି ଦିଅନ୍ତୁ। ମଇଦାର ପରତ ଯେପରି ନ ଫାଟେ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ଛାଣିବା ପରେ ଚିନି ସିରାରେ ବୁଡ଼ାଇ ଉପରେ ଡାର୍କ ଚକ୍‌ଲେଟ୍‌ ପକାଇ ଗରମ ଗରମ ଖାଆନ୍ତୁ

Comment