ଓଡ଼ିଶାଲାଇଭ୍ ବ୍ୟୁରୋ

SVNIRTAR

ସ୍ୱାମୀ ବିବେକାନନ୍ଦ ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିହାବିଟେସନ୍ ଟ୍ରେନିଂ ଆଣ୍ଡ୍ ରିସର୍ଚ୍ଚ (SVNIRTAR) ଅଧୀନରେ ଅଡିଟ୍ ଅଫିସର୍, ଷ୍ଟାଫ୍ ନର୍ସ, ହଷ୍ଟେଲ୍ ଓ୍ୱାର୍ଡେନ୍ ଏବଂ ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଡାକ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ

ଅଡିଟ୍ ଅଫିସର (ଗୋଟିଏ ପଦବୀ):

  • ଯୋଗ୍ୟତା- ବି.କମ୍ ଡିଗ୍ରୀ ସହ ସରକାରୀ ଆକାଉଣ୍ଟିଂ ଏବଂ ଅଡିଟ ବିଭାଗରେ ଅତିକମରେ ୧୦ ବର୍ଷର ଅଭିଜ୍ଞତା ଥିବ (ସେଥି ମଧ୍ୟରୁ ୫ ବର୍ଷ ସୁପରଭାଇଜର କାପାସିଟି ବିଭାଗରେ) ବା ଇଣ୍ଟର ଚାଟାର୍ଡ ଆକାଉଣ୍ଟାଣ୍ଟ୍ ପଦବୀରେ ଥିବା ସହ ସରକାରୀ ଆକାଉଣ୍ଟିଂ ଏବଂ ଅଡିଟ ବିଭାଗରେ ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବ।
  • ବୟସ- ୩୫ ବର୍ଷ
  • ଦରମା- ୪୪୯୦୦ରୁ ୧୪୨୪୦୦ ଟଙ୍କା

ଷ୍ଟାଫ୍ ନର୍ସ (୫ଟି ପଦବୀ):

  • ଯୋଗ୍ୟତା- ବି.ଏସସି ନର୍ସିଂ ବା ଜେନେରାଲ ନର୍ସିଂରେ ଡିପ୍ଲୋମା କରିଥିବେ ଏବଂ ଭାରତର ଯେକୌଣସି ଷ୍ଟେଟ୍ ନର୍ସେସ୍ ରେଜିଷ୍ଟ୍ରେସନ୍ କାଉନସିଲରେ ରେଜିଷ୍ଟ୍ରେସନ୍ କରିଥିବେ।
  • ବୟସ- ୩୦ ବର୍ଷରୁ କମ୍
  • ଦରମା- ୪୪୯୦୦ରୁ ୧୪୨୪୦୦ ଟଙ୍କା

ହଷ୍ଟେଲ୍ ଓ୍ୱାର୍ଡେନ୍ (ଗୋଟିଏ ପଦବୀ):

  • ଯୋଗ୍ୟତା- ଯେକୌଣସି ବିଷୟରେ ଗ୍ରାଜୁଏସନ କରିଥିବେ (ଫାଷ୍ଟ କ୍ଲାସ ବା ହାଇୟର ସେକେଣ୍ଡ୍ କ୍ଲାସ)
  • ବୟସ- ୩୫ରୁ ୪୦ ବର୍ଷ
  • ଦରମା- ୩୫୪୦୦ରୁ ୧୧୨୪୦୦ ବର୍ଷ

ଜୁନିୟର ଆସିଷ୍ଟାଣ୍ଟ (୨ଟି ପଦବୀ):

  • ଯୋଗ୍ୟତା- ଗ୍ରାଜୁଏଟ୍ ଡିଗ୍ରୀ ସହ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ- ୪୦ ବର୍ଷରୁ କମ୍
  • ଦରମା- ୨୫୫୦୦ରୁ ୮୧୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ଏହି ବିଜ୍ଞପ୍ତି ମେ ୧୧ ତାରିଖରେ ପ୍ରକାଶ ପାଇଥିଲା। ଏହାର ୬୦ ଦିନ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ନିମ୍ନଲିଖିତ ଠିକଣାକୁ ପଠାଇପାରିବେ।

ଠିକଣା- ଦି ଡିରେକ୍ଟର, ସ୍ୱାମୀ ବିବେକାନନ୍ଦ ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିହାବିଟେସନ୍ ଟ୍ରେନିଂ ଆଣ୍ଡ୍ ରିସର୍ଚ୍ଚ, ଓଲଟପୁର, ପୋଷ୍ଟ- ବଇରୋଇ, କଟକ,ଓଡ଼ିଶା, ପିନ୍- 754010

ଆବେଦନ ଶୁଳ୍କ (ଡିରେକ୍ଟର SVNIRTARଙ୍କ ଜରିଆରେ):

  • ଜେନେରାଲ/OBC- ୫୦୦ ଟଙ୍କା
  • SC/ST- ୨୫୦ ଟଙ୍କା

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ svnirtar.nic.inରେ ଲଗ୍ଇନ୍ କରନ୍ତୁ।

Comment