ଓଡିଶାଲାଇଭ୍ ବ୍ୟୁରୋ

ବ୍ରାଉନସୁଗାର ହବ୍ ପାଲଟିଥିବା ଖୋର୍ଦ୍ଧାରୁ ପୁଣି ଧଳାଜହର ଜବତ। ଖୋର୍ଦ୍ଧା ପୋଲିସ ବୁଧବାର ଖୋର୍ଦ୍ଧା-ଜଟଣୀ ବାଇପାସ ନିକଟରୁ ସାଢ଼େ ତିନି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ବେପାରୀ ମନୋରଞ୍ଜନ ସାହୁକୁ ଗିରଫ କରିଛି।

ମନୋରଞ୍ଜନ ନିକଟରୁ ୩ କେଜି ୬୦୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩ କୋଟି ୫୦ ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି। ଏଥିସହ ତା’ ପାଖରୁ ମାଉଜର, ଅଫୁଟା ଗୁଳି, ପ୍ୟାକିଙ୍ଗ ମେସିନ, ମୋବାଇଲ ଫୋନ ଏବଂ ବାଇକ୍ ମଧ୍ୟ ଜବତ କରାଯାଇଛି।CGU newଗତ ଜୁନ ୧୪ ତାରିଖରେ ଦଧିମାଛଗାଡ଼ିଆ ଲାଲା ପ୍ରଧାନ ହତ୍ୟାକାଣ୍ଡରେ ମନୋରଞ୍ଜନ ମୁଖ୍ୟ ଅଭିଯୁକ୍ତ ଥିଲା। ତାକୁ ଧରିବାକୁ ଯାଇଥିବାବେଳେ ପୋଲିସକୁ ଏହି ସଫଳତା ମିଳିଛି। ବେଆଇନ୍ ଖଣି ଚଲାଇବା ସହ ଗତ ୨୦୧୯ ମସିହାରେ ଖୋର୍ଦ୍ଧା ଏଲଆଇସି ପଡ଼ିଆରେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବା ଭଳି ଅନେକ ଅପରାଧିକ ମାମଲାରେ ମନୋରଞ୍ଜନର ସମ୍ପୃକ୍ତି ରହିଛି।

ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବାବେଳେ ଆନ୍ତଃଜିଲ୍ଲା ଟିମ୍ ଗଠନ କରାଯାଇ କାରବାରର ପୁରା ଚେନ ଏବଂ ମୁଖ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିବାକୁ ପୋଲିସ ତତ୍ପର ରହିଛି ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here