ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧାରୁ ଜବତ ହେଲା ୬ ଲକ୍ଷ ଟଙ୍କାର ବ୍ରାଉନସୁଗାର। ଏଥିରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପାଖରୁ ୧,୩୫୦ ଟଙ୍କା ଓ ଦୁଇଟି ବାଇକ ଜବତ କରାଯାଇଥିଲା।

ଖୋର୍ଦ୍ଧା-ଜଟଣୀ ଥାନା ଯାଳା ଫାଣ୍ଡି ପୋଲିସ ଗଙ୍ଗପଡ଼ା ଟୋଲଗେଟରେ ଚଢ଼ାଉ କରିଥିଲା। ଏଥିରେ ୬୦ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ।

ଏହାସହ ସେମାନଙ୍କ ନିକଟରୁ ୧,୩୫୦ଟଙ୍କା ଓ ୨ଟି ବାଇକ ଜବତ କରିଛି ପୋଲିସ। ଜଣେ ଖୋର୍ଦ୍ଧା ନବିନାବାଗ ଓ ଆଉ ଜଣେ ନୟାଗଡ଼ ରଣପୁର ଥାନା ଅଞ୍ଚଳର।ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ପୂର୍ବରୁ ମଧ୍ୟ ଭୁବନେଶ୍ଵର ଖଣ୍ଡିଗିରି ଓ କଟକ ସାଲେପୁରରୁ ବ୍ରାଉନସୁଗାର ଜବତ ହୋଇଥିଲା। ଏଥିରେ ୩ ଜଣ ଗିରଫ ମଧ୍ୟ ହୋଇଥିଲେ।

Comment